ରାହଣେ ଓ ଇଶାନ୍‌ଙ୍କ ଯୋଗୁ ଦେଓଧର ଟ୍ରଫି ଜିତିଲା ଇଣ୍ଡିଆ ‘ସି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ରାହଣେ ଓ ଇଶାନ୍‌ଙ୍କ ଯୋଗୁ ଦେଓଧର ଟ୍ରଫି ଜିତିଲା ଇଣ୍ଡିଆ ‘ସି’

ନୂଆଦିଲ୍ଲୀ: ଭାରତର ଘରୋଇ ଟୁର୍ଣ୍ଣାମେଣ୍ଟ ଦେଓଧର ଟ୍ରଫି ଉପରେ କବଜା କରିଛି ଇଣ୍ଡିଆ ‘ସି’। ଇଣ୍ଡିଆ ‘ସି’ର ଅଧିନାୟକ ତଥା ଷ୍ଟାର କ୍ରିକେଟର୍‌ ଅଜିଙ୍କ୍ୟ ରାହଣେଙ୍କ ଦମଦାର ଅପରାଜିତ ୧୪୪ ଓ ୟଙ୍ଗ ସେନସନ୍‌ ଇଶାନ୍‌ କିଷନଙ୍କ ବିସ୍ଫୋରକ ଶତକ ସାଙ୍ଗକୁ ଓଡ଼ିଶା ଟିମ୍‌ର ପପୁ ରାୟଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ଇଣ୍ଡିଆ ବି ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌କୁ ୨୯ ରନରେ ଜିତି ଚଳିତ ବର୍ଷର ଚାମ୍ପିୟନ୍‌ ହୋଇଛି।

ଇଣ୍ଡିଆ ‘ସି’ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍‌ ହରାଇ ୩୫୨ ରନ୍‌ କରିଥିଲା। ୩୫୩ ରନ୍‌ର ଟାର୍ଗେଟ ପାଇଥିବା ଇଣ୍ଡିଆ ବି ଜବରଦସ୍ତ ଆରମ୍ଭ କରିଥିଲେ ହେଁ ୪୬.୧ ଓଭର୍‌ରେ ୩୨୩ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଶ୍ରେୟସ ଆୟର ୧୪୮ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ ହେଁ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା। ଇଣ୍ଡିଆ ‘ସି’ ପକ୍ଷରୁ ପପୁ ରାୟ ସର୍ବାଧିକ ୩ଟି ୱିକେଟ୍‌ ନେଇ ଇଣ୍ଡିଆ ‘ବି’ର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ। ଫଳରେ ଇଣ୍ଡିଆ ‘ସି’ ଦେଓଧର ଟ୍ରଫି ଜିତିଥିଲା।

ତେବେ ଏହି ମ୍ୟାଚ୍‌ରେ ଇଶାନ୍‌ କିଷନ ଆଜିର ମ୍ୟାଚ୍‌ରେ ଶତକ ହାସଲ କରି ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଦେଓଧର ଟ୍ରଫିରେ ଶତକ ହାସଲ କରିବାର ରେକର୍ଡ କରିଥିଲେ। ସେ ୨୦ ବର୍ଷ ୧୦୧ ଦିନ ବୟସରେ ଏଭଳି ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୯୯୦/୯୧ର ଦେଓଧର ଟ୍ରଫିରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ଅର୍ଜନ କରିଥିଲେ। ଗାଙ୍ଗୁଲିଙ୍କୁ ୧୮ ବର୍ଷ ୧୮୬ ଦିନ ବୟସ ହୋଇଥିବା ବେଳେ ଶତକ ହାସଲ କରିଥିଲେ।

ଆଜି ଇଶାନ୍‌ ପ୍ରଥମ ୱିକେଟ୍‌ ପାଇଁ ରାହଣେଙ୍କ ସହ ମିଶି ରେକର୍ଡ ୨୧୦ ରନ୍‌ର ଭାଗିଦାରୀ କରିଥିଲେ।



from Odisha Reporter https://ift.tt/2CJAz0z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages