ମହଙ୍ଗା ପଡ଼ିଲା ଡି ବ୍ରର୍ଦସଙ୍କୁ ବିରିୟାନୀ ଓ ସିଗାରେଟ୍‌ ଦେବା, ଚାକିରି ହରାଇଲେ ୫ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ମହଙ୍ଗା ପଡ଼ିଲା ଡି ବ୍ରର୍ଦସଙ୍କୁ ବିରିୟାନୀ ଓ ସିଗାରେଟ୍‌ ଦେବା, ଚାକିରି ହରାଇଲେ ୫ ପୁଲିସ୍‌

ମୁମ୍ବାଇ: ଅଣ୍ଡରୱାଲର୍ଡ ଡନ୍‌ ତଥା କୁଖ୍ୟାତ ‘ଡି କମ୍ପାନୀ’ର ମାଲିକ ଦାଉଦ୍‌ ଇବ୍ରାହିମ୍‌ର ଭାଇ ଇକବାଲ୍‌ କାସକରକୁ ମେଡିକାଲ୍‌ ନେବା ନାଁରେ ସିଗାରେଟ୍‌ ଓ ବିରିୟାନୀ ଦେବା ମହାରାଷ୍ଟ୍ରର ପୁଲିସ୍‌ର ୫ ଜଣ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣା ଜଣାପଡ଼ିବାରେ ୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ସବ୍‌ ଇନ୍‌ସ୍‌ପେକ୍ଟର ରହିଛନ୍ତି।

ଥାନେ ପୁଲିସ୍‌ର ଯୁଗ୍ମ କମିଶନର୍‌ ମଧୁକର ପାଣ୍ଡେ ଏହି ନିଲମ୍ବନ ଆଦେଶ ଜାରି କରିଥିଲେ ହେଁ ନିଲମ୍ବିତ ପୁଲିସ୍‌ ଅଧିକାରୀଙ୍କ ପରିଚୟ ଗୋପନ ରଖାଯାଇଛି।

ଗତବର୍ଷ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଦାଉଦ୍‌ର ଭାଇ ଇକବାଲଙ୍କୁ ଗିରଫ କରାଯାଇଥିଲା। ତେବେ ଥାନେ ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିବା ଇକବାଲ ଗୁରୁବାର ଦାନ୍ତ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲା। ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ ପରେ ତାକୁ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ନିଆଯାଇଥିଲା। ତେବେ ଏହି ସମୟରେ ତାକୁ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ସିଗାରେଟ୍‌ ଓ ବିରିୟାନୀ ଦିଆଯାଇଥିଲା। ଏହି ଘଟଣାର ଭିଡିଓ ମଧ୍ୟ ଶୁଟିଂ ହୋଇଥିଲା ଏବଂ ଏହା ଏକ ଘରୋଇ ଚ୍ୟାନେଲ୍‌ରେ ପ୍ରସାରଣ ହୋଇଥିଲା ବୋଲି ଥାନେ କ୍ରାଇମବ୍ରାଞ୍ଚର ଡେପୁଟି କମିଶନର ଦୀପକ ଦେବରାଜ କହିଛନ୍ତି।

ପୂର୍ବରୁ ମଧ୍ୟ ଇକବାଲ୍‌ଙ୍କୁ ଅନେକ ଥର ଚେକ୍‌ଅପ୍‌ ପାଇଁ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଏଥର ସେ ପୁଲିସ୍‌ କର୍ମଚାରୀଙ୍କ ଉପସ୍ଥିତିରେ ସିଗାରେଟ୍‌ ଟାଣୁଥିବା ଦେଖିବାକୁ ମିଳିଥିଲା। ଏଥିସହ ପୁଲିସ୍‌ କର୍ମଚାରୀମାନେ ତା’ଠାରୁ ଟଙ୍କା ନେଇ ବିରିୟାନୀ ଖାଇବାକୁ ଦେଇଥିଲେ। ଇକବାଲ୍‌ ସକାଳୁ ହସ୍ପିଟାଲ୍‌ ଯାଇ ସନ୍ଧ୍ୟାରେ ଫେରିଥିଲା। ତେବେ ଏତେ ସମୟ ଧରି ହସ୍ପିଟାଲ୍‌ରେ କେମିତି ଓ କ’ଣ ଚେକ୍‌ଅପ୍‌ ଚାଲିଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

ଶ୍ରୀ ଦେବରାଜ କହଛନ୍ତି, ଶୁକ୍ରବାର ଘରୋଇ ଚ୍ୟାନେଲରେ ପ୍ରସାରିତ ଭିଡିଓକୁ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଦେଖିବାକୁ ଦିଆଯାଇଥିଲା। ଏହାପରେ ୫ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2D8LbXZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages