
ସମ୍ବଲପୁର(ସଞ୍ଜୟ ଜେନା): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି। ଖରିଫ ଧାନ ଫସଲ ସଂଗ୍ରହ ବୈଠକ ପାଇଁ ସେ ଏଠାକୁ ଆସିଛନ୍ତି। ତେବେ ଏଠାରେ ତାଙ୍କୁ ଓକିଲଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।
ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍ସିଏଲ୍ ଫାଟକ ଆଗରେ ଓକିଲମାନେ ତାଙ୍କୁ କଳା ପତାକା ଦେଖାଇଥିଲେ।
ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଓକିଲମାନେ ପୂର୍ବରୁ ଚେତାବନୀ ଦେଇଥିଲେ। ତେଣୁ ମନ୍ତ୍ରୀଙ୍କ ବୈଠକ ସ୍ଥଳ ପରିବର୍ତ୍ତନ କରାଯାଇଥିଲା।
ଏହି ବୈଠକ ଆରଡିସି ଅଫିସ୍ରେ ହେବାର ଥିଲା। ତେବେ ଗତକାଲି ରାତିରେ ପ୍ରଶାସନ ବୈଠକ ସ୍ଥଳ ପରିବର୍ତ୍ତନ କରିଥିଲା।
ମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ପାଇଁ ଓକିଲ ସଂଘର କୋର କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ।
ଦାବି ପୂରଣ ନହେଲେ ନଭେମ୍ବର ୮ରୁ ସମସ୍ତ ସରକାରୀ ଅଫିସ ବନ୍ଦ କରିବାକୁ ଓକିଲ ସଂଘ ଚେତାବନୀ ଦେଇଛି।
from Odisha Reporter https://ift.tt/2CS3tf2
No comments:
Post a Comment