୧୯୯୯ ପରେ ପ୍ରଥମ ଭାରତୀୟ ପେସ୍‌ ବୋଲର୍‌ ଭାବେ ଏହି ରେକର୍ଡ କଲେ ଉମେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

୧୯୯୯ ପରେ ପ୍ରଥମ ଭାରତୀୟ ପେସ୍‌ ବୋଲର୍‌ ଭାବେ ଏହି ରେକର୍ଡ କଲେ ଉମେଶ

ହାଇଦ୍ରାବାଦ୍‌: ଏକ ବିରଳ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି ଟିମ୍‌ ଇଣ୍ଡିଆର ସ୍ପିଡ୍‌ଷ୍ଟର ଉମେଶ ଯାଦବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଉମେଶ ଯାଦବ ନିଜ ଟେଷ୍ଟ୍‌ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ସଫଳତା ପାଇଛନ୍ତି।

ସେ ଗୋଟିଏ ଇନିଂସ୍‌ରେ ୬ଟି ୱିକେଟ୍‌ ଦଖଲ କରି ରେକର୍ଡ କରିଛନ୍ତି। ଏଥିସହ ସେ ୧୯୯୯ ପରେ ଘରୋଇ ମାଟିରେ ପ୍ରଥମ ଭାରତୀୟ ପେସ୍ ବୋଲର୍‌ ଭାବେ ୬ଟି ୱିକେଟ୍‌ ଦଖଲ କରିବାର ରେକର୍ଡ କରିଛନ୍ତି।

ଶେଷଥର ପାଇଁ ପେସ୍ ବୋଲର ଜଭାଗଲ ଶ୍ରୀନାଥ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍‌ରେ ୪୫ ରନ୍‌ ଦେଇ ୬ ୱିକେଟ୍‌ ନେଇଥିଲେ। ମୋହାଲିଠାରେ ଏହି ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୧୯ ବର୍ଷ ପରେ ଉମେଶ ଯାଦବ ଏହି ବିରଳ ରେକର୍ଡ ହାସଲ କରିଛନ୍ତି। ସେ ୮୮ ରନ୍‌ ଦେଇ ୬ ଜଣ ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ୍‌ କରିଛନ୍ତି।

ଅବଶ୍ୟ ଜଭାଗଲ ଶ୍ରୀନାଥଙ୍କ ପରେ ଅନେକ ଭାରତୀୟ ବୋଲର୍‌ ଘରୋଇ ପରିବେଶରେ ୫ ୱିକେଟ୍‌ ଦଖଲ କରିଛନ୍ତି। କିନ୍ତୁ କେହି ବି ୬ଟି ୱିକେଟ୍‌ ଦଖଲ କରିପାରି ନଥିଲେ।

ଉମେଶ ଯାଦବଙ୍କ ଏହା ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଟ ବୋଲିଂ ହୋଇଥିବା ବେଳେ ପୂର୍ବରୁ ତାଙ୍କ ବେଷ୍ଟ ଫିଗର୍‌ ଥିଲା ୯୩/୫। ସେ ୨୦୧୨ରେ ଅଷ୍ଟ୍ରେଲିଆରେ ଏଭଳି ସଫଳତା ପାଇଥିଲେ। ଦୀର୍ଘ ୬୮ଟି ଇନିଂସ୍‌ ପରେ ଉମେଶ ଯାଦବ ଆଜି ନିଜର ବ୍ୟକ୍ତିଗତ ରେକର୍ଡକୁ ଭାଙ୍ଗିଛନ୍ତି।



from Odisha Reporter https://ift.tt/2Or7AFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages