ଭାରତରେ ଲଞ୍ଚ୍‌ ହେଲା ହୁଣ୍ଡାଇ ସାଣ୍ଟ୍ରୋ, ପ୍ରଥମ ଦିନରେ ହିଁ ୧ ହଜାର ବୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଭାରତରେ ଲଞ୍ଚ୍‌ ହେଲା ହୁଣ୍ଡାଇ ସାଣ୍ଟ୍ରୋ, ପ୍ରଥମ ଦିନରେ ହିଁ ୧ ହଜାର ବୁକ୍‌

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୁଣ୍ଡାଇ ମୋଟର କମ୍ପାନୀ ଏହାର ବହୁ ପ୍ରତୀକ୍ଷିତ କାର୍ ନ୍ୟୁ ହୁଣ୍ଡାଇ ସାଣ୍ଟ୍ରୋକୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। ଏହାର ମୂଲ୍ୟ ୩ ଲକ୍ଷ ୮୯ହଜାର ୯୦୦ ଟଙ୍କାରୁ ଆରମ୍ଭ ହେଉଛି। ଏହି କାର୍‌ର ବିଶେଷତ୍ୱକୁ ନେଇ କିଛି ଦିନ ଧରି ବଜାରରେ ବେଶ୍ ଚର୍ଚ୍ଚା ଚାଲିଥିଲା।

ମର୍ଡନ୍‌ ଷ୍ଟାଇଲିସ ଟଲ୍‌ବଏ ଡିଜାଇନ୍, ପ୍ରିମିୟମ୍‌ କ୍ୟାବିନ୍, ନୂଆ ଟେକ୍ନୋଲୋଜି ଏବଂ ପୂର୍ବ କାର୍‌ ଅପେକ୍ଷା ଅଧିକ ସେଫ୍ଟି ଫିଚର୍‌ ସହ ଏହାକୁ ଲଞ୍ଚ୍‌ କରାଯାଇଛି। ଗ୍ରାହକମାନଙ୍କୁ ଏହି କାର୍‌ ୭ଟି କଲର୍‌ର ଅପ୍ସନ୍‌ରେ ମିଳିବ।

ନୂଆ Santroର ଡିଜାଇନ୍‌ Rhythmical Tension ଥିମ୍‌ ଉପରେ ଆଧାରିତ। କାର୍‌ର ଏକ୍ସଟେରିୟର କଥା କହିଲେ, ଏହା କାସ୍କେଡ୍‌ ଗ୍ରିଲ୍‌ ସହ କ୍ରୋମ୍ ସହରରୁ ଇନ୍‌ସ୍ପାୟର୍ଡ। ଏଥିସହ ଏହାକୁ ଏକ ସ୍ପୋର୍ଟିଂ ଲୁକ୍‌ ମଧ୍ୟ ଦିଆଯାଇଛି।

କାର୍‌ରେ ୧୭.୬୪ସେମି.ର ଟଚ୍‌ ସ୍କ୍ରିନ୍ ଓ ଅଡିଓ-ଭିଡିଓ ସିଷ୍ଟମ ରହିଛି। ଏହି ମଲ୍ଟି ମିଡିଆ ସିଷ୍ଟମରେ ଆଣ୍ଡ୍ରଏଡ୍‌ ଅଟୋ, ଆପଲ କାର୍‌ପ୍ଲେ, ମିରର୍‌ ଲିଙ୍କ୍‌ ଓ ଆଇବ୍ଲୁ ସ୍ମାର୍ଟଫୋନ୍‌ ଆପ୍‌ ସପୋର୍ଟ ସହ ଭଏସ୍ ରେକଗ୍‌ନିଶନ୍‌ ଫଙ୍କସନ୍‌ ଦିଆଯାଇଛି।

ସୁରକ୍ଷା ପାଇଁ ଏଥିରେ EBD ସହ ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍‌, ଫ୍ରଣ୍ଟ୍‌ ଏୟାର ବ୍ୟାଗ୍, ଇମ୍ପାକ୍ଟ ସେନ୍‌ସିଂ ଅଟୋ ଡୋର୍‌ ଲକ୍‌, ରିୟର ପାର୍କିଂ ସେନ୍‌ସର ଓ ସ୍ପିଡ୍‌ ସେନ୍‌ସିଂ ଅଟୋ ଡୋର୍‌ ଲକ୍‌ ଭଳି ଫିଚର୍‌ ରହିଛି।

ଏହା ପେଟ୍ରୋଲ୍‌ ଭାରିଆଣ୍ଟ୍ ସହ ଏବେ ବଜାରରେ ଉପଲବ୍ଧ କମ୍ପ୍ରେସ୍‌ ନ୍ୟାଚୁରାଲ୍‌ ଗ୍ୟାସ୍‌ (CNG) ଇନ୍ଧନରେ ମଧ୍ୟ ଚାଲିବ। କମ୍ପାନୀର ସୂଚନା ମୁତାବକ ଏହା ଲିଟର୍‌ ପିଛା ୨୦.୩ ମାଇଲେଜ୍‌ ଦେବ।

ଉଲ୍ଲେଖଯୋଗ୍ୟ, ଏହି କାର୍‌ର ବଜାର ପ୍ରବେଶର ପ୍ରଥମ ଦିନରେ ହିଁ ପ୍ରାୟ ୧ହଜାର ୟୁନିଟ୍‌ ବୁକ୍‌ ହୋଇସାରିଲାଣି।



from Odisha Reporter https://ift.tt/2yWueLM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages