କୋର୍ଟ ଭଳି ନିର୍ବାଚନ କମିଶନ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିବ? ବିଚାର କରିବେ ୫ ଜଣିଆ ଖଣ୍ଡପୀଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

କୋର୍ଟ ଭଳି ନିର୍ବାଚନ କମିଶନ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିବ? ବିଚାର କରିବେ ୫ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: କୋର୍ଟରେ ଯେଉଁଭଳି ଭାବେ କଲେଜିୟମ ବ୍ୟବସ୍ଥା ଅନୁସାରେ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଉଛି, ଅନୁରୂପ ଢଙ୍ଗରେ ନିର୍ବାଚନ କମିଶନର ସଦସ୍ୟମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ। ଏଭଳି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ତେବେ ଏହି ମାମଲାର ଶୁଶାଣି ଓ ଚୂଡ଼ାନ୍ତ ନିଷ୍ପତ୍ତି ୫ ଜଣିଆ ସାମ୍ବାଧାନିକ ବେଞ୍ଚ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍‌ ଏସ୍‌କେ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ରୁଲିଂ ଦେଇଛନ୍ତି।

ନିର୍ବାଚନ କମିଶନରେ ନିଯୁକ୍ତି ପାଉଥିବା ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ସଦସ୍ୟମାନଙ୍କୁ ବିନା ଯାଞ୍ଚରେ ସରକାର ନିଯୁକ୍ତି ଦେଉଛନ୍ତି। ଏହାଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁନାହିଁ। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ବ୍ୟବସ୍ଥା ହୋଇଥିବାରୁ ଏଠାରେ ସ୍ୱଚ୍ଛତା ରହିବା ନିହାତି ଜରୁରୀ ବୋଲି ଦାବି କରି ଅନୁପ୍‌ ବର୍ଣ୍ଣୱାଲ ନାମକ ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି ସମୟରେ କେନ୍ଦ୍ର ସରକାର ଏଭଳି ଏକ ଜନସ୍ୱାର୍ଥ ମାମଲାକୁ ବିରୋଧ କରିଥିଲେ। କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ କହିଥିଲେ, ଆଜି ଯାଏ କୌଣସି ମୁଖ୍ୟ ନିର୍ବାଚନ କମିଶନର ନିଜ ପଦର ଦୁର୍ବ୍ୟବହାର କରିଥିବା ପ୍ରମାଣ ମିଳିନାହିଁ। ତେଣୁ କୋର୍ଟଙ୍କ ଭଳି କଲେଜିୟମ୍‌ ବ୍ୟବସ୍ଥାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ତେବେ ପ୍ରଧାନ ବିଚାରପତି ମାମଲାର ଶୁଣାଣି ୫ ଜଣିଆ ସାମ୍ବାଧାନିକ ବେଞ୍ଚରେ ହେବ ବୋଲି ରୁଲିଂ ଦେଇଥିଲେ।



from Odisha Reporter https://ift.tt/2Sdwlnb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages