ଶ୍ରୀଲଙ୍କାରେ ହିଂସା: ଅର୍ଜୁନ ରଣତୁଙ୍ଗାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିରେ ୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଶ୍ରୀଲଙ୍କାରେ ହିଂସା: ଅର୍ଜୁନ ରଣତୁଙ୍ଗାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିରେ ୧ ମୃତ

କଲୋମ୍ବୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ମଇଥ୍ରୀପାଲା ଶିରିସେନା ପଦରୁ ବରଖାସ୍ତ କରିବାକୁ ନେଇ ଶ୍ରୀଲଙ୍କାରେ ହିଂସା ପରିସ୍ଥିତି ଉପୁଜିଛି। ଏପରି ସ୍ଥିତିରେ ଗୁଳିମାଡ଼ରେ ଜଣେ ପ୍ରାଣ ହରାଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି।

ଶ୍ରୀଲଙ୍କା ପେଟ୍ରୋଲିୟମ୍‌ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ଅଙ୍ଗରକ୍ଷୀ ଏହି ଗୁଳି ଚାଳନା କରିଛନ୍ତି। ରାଷ୍ଟ୍ରପତିଙ୍କ ସମର୍ଥକମାନେ କ୍ୟାବିନେଟ୍‌ ମନ୍ତ୍ରୀ ରଣତୁଙ୍ଗା ଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ଏପରି ସ୍ଥିତି ଉପୁଜିଥିଲା।

କଲୋମ୍ବୋ ନ୍ୟାସନାଲ ହସ୍ପିଟାଲଠାରେ ମୃତ ଘୋଷଣା କରାଯାଥିବା ଏହି ବ୍ୟକ୍ତିଙ୍କ ନାମ ମୀଲୀ ଏବଂ ତାଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡ଼ିଛି।

ଶୁକ୍ରବାର ରାଷ୍ଟ୍ରପତି ଶିରିସେନା ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କୁ ବରଖାସ୍ତ କରି ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ସେଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ନିଯୁକ୍ତି ଦେଇଥିଲେ। କିନ୍ତୁ ବିକ୍ରମସିଂଘେଙ୍କୁ ବରଖାସ୍ତ କରିବା ବେଳେ ସେ ଗଣତାନ୍ତ୍ରିକ ପ୍ରକ୍ରିୟା ଅବଲମ୍ବନ କରିନଥିଲେ। ଏହା ପରେ ଆଜି ପ୍ରଥମ କରି ହିଂସା ଦେଖିବାକୁ ମିଳିଛି।



from Odisha Reporter https://ift.tt/2So3Fbf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages