
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ‘ତିନ୍ ତଲାକ୍’ ଆଇନ୍କୁ ଆଖିଠାର। ମଧ୍ୟପ୍ରଦେଶ ପରେ ଓଡ଼ିଶାରୁ ଆସିଲା ‘ତିନ୍ କଲାକ୍’ କହି ଛାଡ଼ପତ୍ର ଦେଇଥିବାର ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଲିସାହିର ତକ୍ସୀମା ଖାତୁନଙ୍କୁ ତାଙ୍କ ସ୍ୱାମୀ ସେକ୍ ରିଜା ଅହମ୍ମଦ ଫୋନ୍ରେ ୩ ଥର ତଲାକ୍ କହି ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ତକ୍ସୀମା।
ସେକ୍ ରିଜା ଅହମ୍ମଦ ପଞ୍ଜାବରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ସେ ଗତ ୧୦ ତାରିଖରେ ତାଙ୍କୁ ଫୋନ୍ କରି ତିନି ଥର ତଲାକ୍ କହି ଛାଡ଼ପତ୍ର ଦେଇଥିବା ତକ୍ସୀମା ଅଭିଯୋଗ କରିଛନ୍ତି। ସ୍ୱାମୀଙ୍କଠାରୁ ଏଭଳି ଅପ୍ରତ୍ୟାଶିତ ଢଙ୍ଗରେ ତଲାକ୍ ପାଇ ଭାଙ୍ଗି ପଡ଼ିଛନ୍ତି ତକ୍ସୀମା।
୮ ମାସ ତଳେ ଆଳି ଚଉଦକୁଲାଟ ଚନ୍ଦନପୁର ଗାଁର ସେକ୍ ରିଜାଙ୍କୁ ବିବାହ କରିଥିଲେ ତକ୍ସୀମା। ବିବାହ ସମୟରେ ବର ପକ୍ଷରୁ ଦାବି ମୁତାବକ ସମସ୍ତ ଯୌତୁକ ଓ ଗହଣାଗାଣ୍ଠି ଦିଆଯାଇଥିଲା। ତେବେ ଏକ ବୁଲେଟ୍ ବାଇକ କିଣିବା ଲାଗି ବାପଘରୁ ଟଙ୍କା ଆଣିବାକୁ ତକ୍ସୀମାଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ ରିଜା। ତେବେ ତକ୍ସୀମା ଟଙ୍କା ଆଣିବାରେ ବିଫଳ ହେବାରୁ ଶାଶୁଘର ଲୋକ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ।
ପୁଅ ତଲାକ୍ ଦେଇସାରିଥିବାରୁ ସେମାନେ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ଶାଶୂଘର ଲୋକେ କହିଥିବା ତକ୍ସୀମା ଏତଲାରେ ଉଲ୍ଲେଖ କରିଛନ୍ତି।
from Odisha Reporter https://ift.tt/2zb26oj
No comments:
Post a Comment