
ନୂଆଦିଲ୍ଲୀ: ଭାରତର ସ୍ୱଧୀନତାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁର ଅବତାରଣା କରି ପ୍ରଧାନମନ୍ତ୍ରୀ ମୋଦି ଆଜି କହିଛନ୍ତି, ପଟେଲଙ୍କ ନେତୃତ୍ୱ ଦକ୍ଷତା ଏବଂ ତାଙ୍କର ସୂକ୍ଷ୍ମ ବୁଦ୍ଧି ଜରିଆରେ ବିଭିନ୍ନ ରାଜ୍ୟ ନାମରେ ଖଣ୍ଡ ବିଖଣ୍ଡିତ ସମଗ୍ର ଭାରତବର୍ଷ ଏକାଠି ହୋଇପାରିଥିଲା।
ସ୍ୱଧୀନତା ସମୟରେ ଏବଂ ଅନ୍ୟ ସଙ୍କଟଜନକ ସ୍ଥିତିରେ ନିଜର ସ୍ୱତନ୍ତ୍ର ଉପସ୍ଥିତି ଜାହିର କରିଆସିଥିବା ସର୍ଦ୍ଦାର ପଟେଲ ‘ଭାରତକୁ ଏକାଠି କରିବା’ ଭଳି ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ସମ୍ଭବ କରିପାରିଥିଲେ। ଜୁନାଗଡ଼ ଏବଂ ହାଇଦ୍ରବାଦ ଭଳି ରାଜତନ୍ତ୍ର ଥିବା ରାଜ୍ୟଗୁଡ଼ିକୁ ମଧ୍ୟ ସେ ମିଶାଇ ପାରିଥିଲେ। ମାସିକ ‘ମନ୍କୀ ବାତ୍’ର ୪୯ତମ ଅଧ୍ୟାୟରେ ସେ ଏହି ମତ ଦେଇଛନ୍ତି।
ସେ ଆହୁରି ମଧ୍ୟ ପଟେଲଙ୍କ ଜନ୍ମ ତିଥି ଅକ୍ଟୋବର ୩୧ରେ ଆୟୋଜିତ ହେଉଥିବା ‘ରନ୍ ଫର୍ ୟୁନିଟି’ରେ ଭାଗ ନେବାକୁ ଆହ୍ୱାନ କରିଛନ୍ତି। ଚଳିତ ବର୍ଷ ପଟେଲଙ୍କ ଜୟନ୍ତୀ ମହା ସମାରୋହରେ ପାଳନ ହେବ ଏବଂ ଉନ୍ମୋଚିତ ହେବାକୁ ଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୋଦି କହିଛନ୍ତି। ୨୯୮୯ କୋଟି ବ୍ୟୟରେ ୩୩ ମାସ ଧରି ନିର୍ମାଣ ଚାଲିଥିବା ଏହି ବିଶାଳ ପ୍ରତିକୃତି ନର୍ମଦା କୂଳରେ ପ୍ରତିଷ୍ଠିତ ଏବଂ ଏହାର ଉଚ୍ଚତା ୧୮୨ ମିଟର ବା ପ୍ରାୟ ୬୦୦ ଫୁଟ ବୋଲି ଜଣାଯାଇଛି।
from Odisha Reporter https://ift.tt/2SoHAtf
No comments:
Post a Comment