ଚ୍ୟାଟିଂରେ ବିବାହ ପ୍ରସ୍ତାବ ଦେଇ ହଟହଟା ହେଲେ ଚେତନ୍ ଭଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଚ୍ୟାଟିଂରେ ବିବାହ ପ୍ରସ୍ତାବ ଦେଇ ହଟହଟା ହେଲେ ଚେତନ୍ ଭଗତ

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଅଡ଼ୁଆରେ ଲୋକପ୍ରିୟ ଔପନ୍ୟାସିକ ଚେତନ୍ ଭଗତ। #meetoo ଅଭିଯୋଗ ତାଲିକାରେ ଯୋଡ଼ିହୋଇଛି ତାଙ୍କ ନାମ। ଅନେକ ଦିନ ତଳେ ହ୍ୱାଟ୍ସଆପ୍‌ରେ ହୋଇଥିବା ଅନ୍ତରଙ୍ଗ ଆଳାପର ସ୍କ୍ରିନ୍‌ଶଟ୍‌ ସହିତ ଜଣେ ମହିଳା ଚେତନଙ୍କ ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି।

ପୂର୍ବରୁ ତନୁଶ୍ରୀ ଏବଂ ନାନାଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଠିକ୍‌ ଏହି ସମୟରେ ପୁଣି ଏକ ଅଭିଯୋଗ ଆସିଛି। ସ୍କ୍ରିନ୍‌ଶଟ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ଚେତନ୍ ମହିଳାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବା ସହିତ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ମହିଳା ଏଥିରେ ଆଶ୍ଚର୍ଯ୍ୟ ହୋଇ ସେ ଚିରାଚରିତ ବିବାହିତ ପୁରୁଷଙ୍କ ପରି ନହେବାକୁ ପରାମର୍ଶ ଦେଇଛନ୍ତି।

ତେବେ ଚେତନ ଉକ୍ତ ମହିଳାଙ୍କଠାରେ ନିଜର ସ୍ୱତନ୍ତ୍ର ସଂଯୋଗ ଦେଖିପାରିଥିବା କିମ୍ବା ତାଙ୍କୁ ନିଜର କରିବା ପାଇଁ କଳ୍ପନା କରିନେଇଥିବା ଏଥିରେ ସ୍ପଷ୍ଟ ଜଣାପଡ଼ୁଛି। ସେ ଯେତେ ବୁଝାଇଲେ ମଧ୍ୟ ଚେତନ୍‌ ମାନିବାକୁ ନାରାଜ୍‌ ହେଉଛନ୍ତି।

ଚେତନ୍‌ଙ୍କ ବିରୋଧରେ ଏପରି ଦୃଢ଼ ପ୍ରମାଣ ରହିଥିବାରୁ ଏତେ ବର୍ଷ ପରେ ମଧ୍ୟ ସେ ଖସିପାରିନାନ୍ତି। ଚେତନ ନିଜର ଏହି ଭୁଲ ସ୍ଵୀକାର କରି ଏହାର ପ୍ରାୟଶ୍ଚିତ କରିବାପାଇଁ ସୋଶାଲ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି। ନିଜକୁ ବଞ୍ଚାଇବାକୁ ଯାଇ ସେ ତାଙ୍କ ପତ୍ନୀ ଅନୁଶାଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି।

ସଫେଇ ଦେବାକୁ ଯାଇ ଫେସବୁକ୍‌ରେ ଲେଖିଛନ୍ତି, ଉକ୍ତ ମହିଳାଙ୍କ ସହିତ ସେ ଏକ ସ୍ୱତନ୍ତ୍ର ସଂଯୋଗ ଥିବା ଅନୁଭବ କରିଥିଲେ, ଯାହାକି ପୂର୍ବରୁ ତାଙ୍କ ସହ ପୂର୍ବରୁ କେବେ ବି ଘଟିନଥିଲା। ମହିଳାଙ୍କ ସହିତ କୌଣସି ଆପତ୍ତିଜନକ ବାର୍ତ୍ତା କିମ୍ବା ଫଟୋ ଶେୟାର ହୋଇନଥିବା ସେ ଏହି ଅବସରରେ କହିଛନ୍ତି। ଅଭିଯୋଗକାରିଣୀଙ୍କ ନମ୍ବର ମଧ୍ୟ ସେ ବହୁ ଆଗରୁ ଡିଲିଟ୍‌ କରିଦେଇଛନ୍ତି ଏବଂ ଗତ କିଛି ବର୍ଷ ହେବ ତାଙ୍କ ସହ ଆଦୌ ଯୋଗାଯୋଗରେ ନାହାନ୍ତି ବୋଲି ଦର୍ଶାଇଛନ୍ତି।



from Odisha Reporter https://ift.tt/2CtG4RM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages