ବୁଆଙ୍କ ପରେ କଂଗ୍ରେସକୁ ଝଟ୍‌କା ଦେବେ ବବୁଆ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ବୁଆଙ୍କ ପରେ କଂଗ୍ରେସକୁ ଝଟ୍‌କା ଦେବେ ବବୁଆ !

ନୂଆଦିଲ୍ଲୀ: ‘ବୁଆ’ ନାଁରେ ଖ୍ୟାତ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ପଥକୁ ଅନୁସରଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାଙ୍କ ‘ବବୁଆ’ ଅଖିଲେଶ ଯାଦବ। ମଧ୍ୟପ୍ରଦେଶରେ ବୁଆ ମାୟାବତୀ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇ ଉଭୟ ସମ୍ଭାବ୍ୟ ମହାମେଣ୍ଟ ଓ କଂଗ୍ରେସକୁ ଝଟ୍‌କା ଦେଇଥିଲେ। ଏବେ ଅଖିଲେଶଙ୍କ ସମାଜବାଦୀ ପାର୍ଟି ମଧ୍ୟ ମଧ୍ୟପ୍ରଦେଶରେ ଏକାକୀ ନିର୍ବାଚନ ଲଢ଼ିବାକୁ ସଙ୍କେତ ଦେଇଛି। ଯଦି ଅଖିଲେଶ ମଧ୍ୟ କଂଗ୍ରେସକକୁ ସାଥୀରେ ନ ନେଇ ଏକାକୀ ନିର୍ବାଚନ ଲଢ଼ନ୍ତି, ତା’ହେଲେ ୨୦୧୯ରେ ହେବାକୁ ଥିବା ସମ୍ଭାବ୍ୟ ମୋଦି ବିରୋଧୀ ମେଣ୍ଟ ପାଇଁ ଏହା ଏକ ଶକ୍ତ ଝଟ୍‌କା ହେବ ବୋଲି କୁହାଯାଇପାରେ।

ଆଜି ଅଖିଲେଶ କହିଛନ୍ତି, କଂଗ୍ରେସ ଆମକୁ ମେଣ୍ଟ ପାଇଁ ବହୁଦିନ ହେଲା ଅପେକ୍ଷା କରାଇଲାଣି। ଏବେ କିନ୍ତୁ ଆଉ ଅପେକ୍ଷା କରିହେବନି। ଏବେ ବିଏସ୍‌ପି ସହ ଆମକୁ କଥା ହେବାକୁ ପଡ଼ିବ। ଆମେ ଆଉ କେତେଦିନ କଂଗ୍ରେସକୁ ଅପେକ୍ଷା କରିବୁ ? ଆମେ ଏବେ ମଧ୍ୟପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ଜିଜିପି ଓ ବିଏସ୍‌ପି ସହ ମେଣ୍ଟ ପାଇଁ କଥା ହେବୁ ବୋଲି ଅଖିଲେଶ କହିଛନ୍ତି।

ବୁଧବାର ମଧ୍ୟ ଅଖିଲେଶ ପରୋକ୍ଷରେ କଂଗ୍ରେସକୁ ମେଣ୍ଟ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଯଦି କଂଗ୍ରେସ ଠିକଣା ସମୟରେ ମେଣ୍ଟ ଦଳଗୁଡ଼ିକ ସହ ଶିଟ୍‌ ଶେୟାରିଂ କଥା ଚୂଡ଼ାନ୍ତ ନ କରିବ, ତା’ହେଲେ ଅନ୍ୟ ଦଳମାନେ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଦେବେ। ଏହାପରେ କଂଗ୍ରେସ ଅଭିଯୋଗ ଆଣିବ, ସେହି ଦଳଗୁଡ଼ିକ ବିଜେପି ସହ ପଛପଟେ ହାତ ମିଶାଇଛନ୍ତି। ତେଣୁ ବେଳ ଥାଉ ଥାଉ କଂଗ୍ରେସ କିଛି ନିଷ୍ପତ୍ତି ନେବା ଦରକାର ବୋଲି ସେ କହିଥିଲେ।

ବୁଆ ଓ ବବୁଆ ଯୋଡ଼ି ଉତ୍ତର ପ୍ରଦେଶ ଉପନିର୍ବାଚନରେ ଏକାଠି ହୋଇ ବିଜେପିକୁ ଚେକ୍‌ ଦେବାରେ ସକ୍ଷମ ହୋଇଥିବାରୁ କଂଗ୍ରେସ ଅନ୍ୟ ରାଜ୍ୟରେ ମଧ୍ୟ ଏମାନଙ୍କ ସହ ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏବେ ଏହି ଦଳଗୁଡ଼ିକ ଗୋଟିଏ ପରେ ଗୋଟିଏ କଂଗ୍ରେସର ହାତ ଛାଡ଼ିବାକୁ ବସିଛନ୍ତି।



from Odisha Reporter https://ift.tt/2Cv5yyj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages