
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଏବେ ଚାଲିଛି ଉତ୍ସବର ଋତୁ। ଦଶହରା ପରେ କୁମାର ପୂର୍ଣ୍ଣିମା ଆଉ ଆଗକୁ ଆସୁଛି ଦୀପାବଳି। ଏଭଳି ବିଶେଷ ମାହୋଲ୍ରେ ଘରକୁ ଆସୁଥିବା ଅତିଥିଙ୍କ ପାଇଁ ଆପଣ ବାନାନା ଲସି ଭଳି ନିଆରା ପାନୀୟ କିଭଳି ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଆମେ ଆପଣଙ୍କୁ ଆଜି ଟିପ୍ସ ଦେବୁ।
ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା କାଜୁ, ଅଳ୍ପ ଲୁଣ ଓ ବରଫ ଖଣ୍ଡ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡ଼ାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ବର୍ତ୍ତମାନ ଗ୍ରାଇଣ୍ଡରରେ କଟା ହୋଇଥିବା କଦଳୀ, ଦହି ଓ ଚିନିକୁ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ପରେ ଏଥିରେ ବରଫଖଣ୍ଡ ପକାଇ ମିକ୍ସ କରିଦିଅନ୍ତୁ। ବର୍ତ୍ତମାନ ଲସିରେ ଅଳ୍ପ ଟିକେ ଲୁଣ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ବାନାନା ଲସି। ଏହା ଉପରେ ଜାଜୁ, କିସ୍ମିସ୍, ନଡ଼ିଆ କୋରା, ବର୍ନଭିଟା, ଆଲମଣ୍ଡ ଓ ଚେରୀ ପକାଇ ଗାର୍ନିସ୍ କରି ଦୀପାବଳିରେ ଘରକୁ ଆସିଥିବା ଅତିଥି ଓ ପିଲାଙ୍କୁ ପିଇବାକୁ ଦିଅନ୍ତୁ।
from Odisha Reporter https://ift.tt/2PWyRwV
No comments:
Post a Comment