
ନୂଆଦିଲ୍ଲୀ: #ମି ଟୁ ବିବାଦ କେନ୍ଦ୍ରମନ୍ତ୍ରୀ ଏମ୍ଜେ ଆକବରଙ୍କ ପିଛା ଛାଡ଼ୁନି। ପୂର୍ବରୁ ଏକାଧିକ ଯୌନ କେଳେଙ୍କାରୀ ଅଭିଯୋଗରେ ଫସିଥିବା ଏମ୍ଜେ ଆକବରଙ୍କ ବିରୋଧରେ ପୁଣି ଏକ ସାଂଘାତିକ୍ ଅଭିଯୋଗ ଆସିଛି। ଏଥର ବି ଜଣେ ମହିଳା ସାମ୍ବାଦିକ ତାଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆଣିଛନ୍ତି।
ତୁଶିତା ପଟେଲ ନାମ୍ନୀ ଜଣେ ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ, ୧୫ ବର୍ଷ ଧରି ‘ଏସିଆନ୍ ଏଜ୍’ରେ ଏମ୍ଜେ ଆକବର ସମ୍ପାଦକ ଥିଲା ବେଳେ ସେ ତାଙ୍କର ସହଯୋଗୀ ଭାବେ କାମ କରୁଥିଲେ। ତୁଶିତା ଅଭିଯୋଗ କରିଛନ୍ତି ଯେ, ଏମ୍ଜେ ଆକବର ତାଙ୍କୁ ଦୁଇଥର ଜବରଦସ୍ତି କିସ୍ କରିଥିଲେ। ଆଉଥରେ ହୋଟେଲରେ ଏକ ଅସ୍ଵାଭାଵିକ ପରିସ୍ଥିତିରେ ତାଙ୍କ ସହ ଭେଟ ହୋଇଥିଲା।
ତୁଶିତା ଅଭିଯୋଗ କରିଛନ୍ତି ଯେ, ଥରେ ଏକ ହୋଟେଲରେ ଆକବରଙ୍କ ସହ ଭେଟ ହୋଇଥିଲା। “ସେ ମୋ ଫୋନ୍ ନମ୍ବର ନେଇ ମତେ ବାରମ୍ବାର ହୋଟେଲକୁ ଡାକୁଥିଲେ। ଏମିତି ବାରମ୍ବାର ବାଧ୍ୟ କାରିବାରୁ ଥରେ ଯାଇ ତାଙ୍କ ହୋଟେଲ ରୁମ୍ର କଲିଂ ବେଲ ମାରିବାରୁ ଅତ୍ୟନ୍ତ ଅସାମାଜିକ ଢଙ୍ଗରେ ସେ ସାମ୍ନାକୁ ଆସିଥିଲେ। ଡୋର୍ ଖୋଲିବା ପରେ ଖାଲିଦେହ ତଥା କେବଳ ଏକ ଅଣ୍ଡର ୱେର୍ ପିନ୍ଧି ଠିଆ ହୋଇଥିଲେ ସେ। ତାଙ୍କର ଏମିତି ରୂପକୁ ଦେଖି ମୁଁ ନିଜକୁ ଅସହଜ ଓ ଭୟଭୀତ ବୋଧ କରିଥିଲି।”
ତୁଶିତାଙ୍କ ପୂର୍ବରୁ ୧୪ ଜଣ ମହିଳା ସାମ୍ବାଦିକ ଏମ୍ଜେ ଆକବରଙ୍କ ବିରୋଧରେ ଏହି ମି-ଟୁ ଅଭିଯାନ ମାଧ୍ୟମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
from Odisha Reporter https://ift.tt/2RUu5kU
No comments:
Post a Comment