ମାଇଁ ଜିଓ ଆପ୍‌ରେ ଦଶହରା ଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମାଇଁ ଜିଓ ଆପ୍‌ରେ ଦଶହରା ଦର୍ଶନ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖୁବ୍ କମ୍ ଦିନ ମଧ୍ୟରେ ନାଁ କମାଇଥିବା ମୋବାଇଲ୍  ନେଟ୍‌ୱର୍କ କମ୍ପାନୀ ‘ଜିଓ’ ଦଶହରା ଉପଲକ୍ଷେ ଭୁବନେଶ୍ୱର ଓ କଟକ ସହରରେ ‘ମାଇଁ ଜିଓ ଆପ୍‌ସ’ର ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ୫ଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ‘ମାଇଁ ଜିଓ ଆପ୍‌’ରେ ସ୍ଥାନିତ କରିଛି।

କମ୍ପାନୀର ସୂଚନା ଅନୁସାରେ, ଏହି ଡିଜିଟାଲ ଉପସ୍ଥାପନ ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା କୋଟି କୋଟି ଜିଓ ୟୁଜର ଚାହିଁଲେ ଭୁବନେଶ୍ୱର ଓ କଟକ ସହରର ଦୁର୍ଗାପୂଜା ଏବଂ ସାଜସଜ୍ଜା ଦେଖି ପାରିବେ। କଟକର ପାଞ୍ଚଟି ପୂଜା ମଣ୍ଡପ ଓ ଚାନ୍ଦି ମେଢ଼ ମଧ୍ୟରେ ଚାଉଳିଆଗଞ୍ଜ, ଯୋବ୍ରା, ଶେଖବଜାର, ଚାନ୍ଦିନୀ ଚୌକ ଓ ଚୌଧୁରୀ ବଜାର ପୂଜା ମଣ୍ଡପ ରହିଛି। ଭୁବନେଶ୍ୱରର ଥିମ୍ ଭିତ୍ତିକ  ପୂଜା ମଣ୍ଡପ ମଧ୍ୟରେ ଶହୀଦନଗର, ରସୁଲଗଡ଼, ବରମୁଣ୍ଡା, ନୟାପଲ୍ଲୀ ଓ ବମିଖାଲ ପୂଜାମଣ୍ଡପ ଓ ପେଣ୍ଡାଲ ରହିଛି।



from Odisha Reporter https://ift.tt/2EndR0D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages