ଆସ୍ଥାନାଙ୍କ ଅଡ଼ୁଆ ବଢ଼ାଇଲେ ଆଉ ଜଣେ ସିବିଆଇ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଆସ୍ଥାନାଙ୍କ ଅଡ଼ୁଆ ବଢ଼ାଇଲେ ଆଉ ଜଣେ ସିବିଆଇ ଅଧିକାରୀ

ନୂଆଦିଲ୍ଲୀ: ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଡ଼ୁଆ ପୁଣି ବଢ଼ିଛି। ଗତକାଲି ସିବିଆଇ ଅଧିକାରୀ ଏକେ ବସି ଆସ୍ଥାନାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସିବିଆଇର ଅତିରିକ୍ତ ଏସପି ଏସ୍ ଏସ୍‌ ଗ୍ରୁମ୍‌ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଶ୍ରୀ ଆସ୍ଥାନା ତାଙ୍କ ବିରୋଧରେ ରୁଜୁ ଏଫ୍‌ଆଇଆର୍‌କୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଶ୍ରୀ ଗ୍ରୁମ୍‌ ଏହା ବିରୋଧରେ ଆବେଦନ କରିଛନ୍ତି। ଶ୍ରୀ ଆସ୍ଥାନା ଲାଞ୍ଚ କାରବାର ମାମଲାରେ ସଂପୃକ୍ତ ଥିବା ବେଳେ କୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଗ୍ରୁମ୍‌ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି।

ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଶ୍ରୀ ଆସ୍ଥାନାଙ୍କ ବିବାଦକୁ କେନ୍ଦ୍ର କରି ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଶ୍ରୀ ଗ୍ରୁମ୍‌ ଅନ୍ୟତମ। ଆସ୍ଥାନାଙ୍କ ମାମଲାରେ ସେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଛନ୍ତି। ଏଥିସହ ଆସ୍ଥାନାଙ୍କ ଆବେଦନକୁ ଖାରଜ କରିବାକୁ ମଧ୍ୟ ସେ କୋର୍ଟଙ୍କୁ କହିଛନ୍ତି।

କୋର୍ଟ ଆସନ୍ତାକାଲି ଆସ୍ଥାନା, ଦେବେନ୍ଦ୍ର କୁମାର ଓ ମଧ୍ୟସ୍ଥି ମନୋଜ ପ୍ରସାଦ କରିଥିବା ଆବେଦନର ଶୁଣାଣି କରିବେ।



from Odisha Reporter https://ift.tt/2RqvkHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages