ଧାଡ଼ିଦର୍ଶନ ବ୍ୟବସ୍ଥା ତରବରିଆ ଭାବେ ଲାଗୁ ହେବାରୁ ସମସ୍ୟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଧାଡ଼ିଦର୍ଶନ ବ୍ୟବସ୍ଥା ତରବରିଆ ଭାବେ ଲାଗୁ ହେବାରୁ ସମସ୍ୟା !

puri

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯାଇଛି। ଏହାକୁ ପରୀକ୍ଷାମୂଳକ ଭାବେ ସପ୍ତାହକୁ ଦିନେ କିମ୍ବା ଦୁଇ ଦିନ କରିବାକୁ କୁହାଯାଇଥିଲା। ମାତ୍ର ଏଥିରେ ବ୍ୟତିକ୍ରମ କରାଯାଇ ଲଗାତାର ତିନି ଦିନ ଧରି ଧାଡ଼ିଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଆଜି ବଡ଼ଦାଣ୍ଡ ରଣକ୍ଷେତ୍ର ପାଲଟି ଯାଇଥିଲା।

ସୋମବାର, ମଙ୍ଗଳବାର ଓ ଆଜି, କ୍ରମାଗତ ୩ ଦିନ ଧରି ସିଂହଦ୍ୱାର ଆଗରେ ସକାଳବେଳା ଉପୁଜୁଛି ଚରମ ବିଶୃଙ୍ଖଳା। ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶୁଛନ୍ତି ଭକ୍ତ। ମଙ୍ଗଳଆଳତି ଦର୍ଶନ ପାଇଁ ଅପେକ୍ଷାରତ ସ୍ଥାନୀୟ ଭକ୍ତଙ୍କୁ ପୁଲିସ ବ୍ୟାରିକେଡ୍ ଦେଇ ଲାଇନ୍‌ରେ ଆସିବାକୁ କହିବା ସହ ଅନ୍ୟ ତିନି ଦ୍ୱାରରେ ବାଟ ଓଗାଳୁ ଥିଲା। ଯେଉଁଥିପାଇଁ ଆଜି ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅସନ୍ତୋଷର ଏହି ନିଆଁ ଆଜି ଉଗ୍ରରୂପ ଧାରଣ କରିଥିଲା।

ତେବେ ଏଠି ପ୍ରଶ୍ନ, ସୁପ୍ରିମକୋର୍ଟ ଦେଇଥିବା ଶୃଙ୍ଖଳିତ ଦର୍ଶନର ଅର୍ଥ ଧାଡ଼ି ଦର୍ଶନ କି? ଯଦି ହଁ, ତା’ହେଲେ ସବୁ ଦିଗରୁ ବିଚାର କରି ବ୍ୟବସ୍ଥା ଲାଗୁ ହୋଇଥିଲା ନା ଏହା ତରବରିଆ ଭାବେ ନିଷ୍ପତ୍ତି ହୋଇଥିଲା? ପୂର୍ବରୁ ଧାଡ଼ିଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ସପ୍ତାହକୁ ଦିନେ କିମ୍ବା ଦୁଇ ଦିନ ଲାଗୁ କରିବାକୁ କୁହାଯାଇଥିଲା। ହେଲେ ଲାଗ ଲାଗ ତିନି ଦିନ ଧରି ଧାଡ଼ିଦର୍ଶନ ଚାଲିଲା କାହିଁକି?

ତତ୍‌କ୍ଷଣାତ ନିଷ୍ପତ୍ତି ବଦଳାଇ ମହାପ୍ରସାଦ ଚାହୁଁଥିବା ଭକ୍ତ ଉତ୍ତରଦ୍ୱାର ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ ଓ ମଙ୍ଗଳ ଆଳତି ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି କାହିଁକି ଘୋଷଣା କରିଥିଲେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର?

ଏଥିରୁ ସ୍ପଷ୍ଟ ହୋଇଛି, କେଉଁଠି ନାଁ କେଉଁଠି ଶ୍ରୀମନ୍ଦିରର ପ୍ରଶାସନର ଏହି ଦିଗରେ ଦୂରଦୃଷ୍ଟିର ଅଭାବ ରହିଥିଲା। ଆଉ ଆଜିର ହିଂସାତ୍ମକ ବିରୋଧ ପରେ ପ୍ରଶାସନ କହିଛି ପୁରୀ ବାସିନ୍ଦାଙ୍କ ପାଇଁ ତିନି ଦ୍ୱାରରେ ପ୍ରବେଶ ନେଇ ଗୁରୁତ୍ୱର ସହ ବିଚାର କରାଯାଉଛି।

ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ କହିଛନ୍ତି-“ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ପରୀକ୍ଷାମୂଳକ ଭାବେ ଚାଲିଥିଲା। ତେବେ ଦର୍ଶନରେ ଯେମିତି ଅସୁବିଧା ନହେବ ସେ ନେଇ ପୁନଃ ତର୍ଜମା କରାଯିବ। ସହ ସ୍ଥାନୀୟ ଲୋକଙ୍କ ଅସୁବିଧା ଯେମିତି ନହେବ, ତା’ର ବ୍ୟବସ୍ଥା କରାଯିବ।”

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପୂର୍ବରୁ ଧାଡ଼ିଦର୍ଶନର ବ୍ୟବସ୍ଥା ହୋଇଛି। ଅଧିକ ଭିଡ଼ ରହୁଥିବା କାର୍ତ୍ତିକ ପୂର୍ଣ୍ଣମୀ, ନୂଆବର୍ଷ, ଦୋଳ ପୂର୍ଣ୍ଣମୀ ଓ ଦଶହରାରେ ସିଂହଦ୍ୱାର ସାମ୍ନା ବ୍ୟାରିକେଡ଼ ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଥିଲା। ତା’ସହ ଅନ୍ୟ ଦ୍ୱାର ଦେଇ ମଧ୍ୟ ଯାଇ ପାରୁଥିଲେ ଭକ୍ତ।



from Odisha Reporter https://ift.tt/2P804fw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages