ଟିମ୍‌ ଇଣ୍ଡିଆ ପାଇଁ କିଛି ବି କରିବାକୁ ପ୍ରସ୍ତୁତ, କହିଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଟିମ୍‌ ଇଣ୍ଡିଆ ପାଇଁ କିଛି ବି କରିବାକୁ ପ୍ରସ୍ତୁତ, କହିଲେ ବିରାଟ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ରନ୍‌ ମେସିନ୍‌ ତଥା ଅଧିନାୟକ ବିରାଟ୍‌ କୋହଲିଙ୍କ କ୍ରିକେଟ୍‌ ପ୍ରତିଥିବା ନିଷ୍ଠା ଓ ଭଲ ପାଇବା କଥା ଆପଣ ସମସ୍ତେ ଜାଣିଛନ୍ତି। ଏହି ନିଷ୍ଠା ଓ ଭଲ ପାଇବା ହେତୁ ସେ ଅନେକ ସମୟରେ ଏକାକୀ ଟିମ୍‌କୁ ବିଜୟ କରାଇଛନ୍ତି। ତେବେ ପ୍ରଥମଥର ପାଇଁ ଦଳ ପ୍ରତିଥିବା ତାଙ୍କର ଭଲ ପାଇବା ଓ ନିଷ୍ଠା ସମ୍ପର୍କରେ ବିରାଟ୍‌ ମୁହଁ ଖୋଲିଛନ୍ତି। ଏଥିସହ ସେ ରନ୍‌ ସଂଗ୍ରହ ପାଇଁ କେମିତି ଭୋକିଲା ଅଛନ୍ତି ସେକଥା ମଧ୍ୟ କହିଛନ୍ତି।

ବିରାଟ୍‌ ବସିସିଆଇ ଟିଭିକୁ କହିଛନ୍ତି, “ ଦେଶକୁ ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ୧୦ ବର୍ଷ ପରେ ମଧ୍ୟ ମୁଁ ଏଠାରେ କିଛି କରିପାରିଛି ବୋଲି କେବେ ଭାବି ପାରିବି ନାହିଁ। ଆମକୁ ପ୍ରତିଟି ରନ୍‌ ପାଇଁ ସର୍ବଦା ଲଢ଼େଇ କରିବାକୁ ପଢ଼ିବ। କାରଣ ଆମେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛୁ। ଯଦି ଏଥିପାଇଁ ମୁଁ ଗୋଟିଏ ଓଭର୍‌ରେ ୬ ଥର ଡାଇଭ୍‌ ମାରି ଗୋଟିଏ ଗୋଟିଏ ରନ୍‌ ସଂଗ୍ରହ କରିପାରିବି, ତା’ହେଲେ ବି କିଛି ଅସୁବିଧା ନାହିଁ। ଦେଶ ପାଇଁ ସବୁ ପ୍ରକାରର କଷ୍ଟ ସହିବାକୁ ପ୍ରସ୍ତୁତ। ଦଳ ପାଇଁ ମୁଁ କିଛି ବି କରିବାକୁ ପ୍ରସ୍ତୁତ। ଏହା ମୋର ଡ୍ୟୁଟି ଓ ଖାସ୍‌ ସେଥିପାଇଁ ମୋତେ ମୋ ଦେଶ ଚୟନ କରିଛି। ଡାଇଭ୍‌ ମାରିବା ମୋ ଡ୍ୟୁଟିର ଏକ ପାର୍ଟ। ତେଣୁ ମାଟି ସହ ମାଟି ହୋଇ ଖେଳିବାକୁ ମୁଁ ପସନ୍ଦ କରେ।”

ବିରାଟ୍‌ ଆହୁରି କହିଛନ୍ତି, କାହାକୁ କିଛି ପ୍ରମାଣ କରିବାର ନାହିଁ। କେବଳ ନିଜ ଟିମ୍‌ ପାଇଁ ଗୋଟିଏ ଅତିରିକ୍ତ ରନ୍‌ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିବା ଦରକାର। ସୁଯୋଗ ମିଳିଲେ ଅତିରିକ୍ତ ରନ୍‌ ନେବାକୁ କେବେ ହେଲେ କୁଣ୍ଠାବୋଧ କରିବା କଥା ନୁହେଁ। ଆପଣ ଯଦି ଭାବିବେ ମୁଁ ହାଲିଆ ହୋଇଯାଇଛି, ତା’ହେଲେ ଦଳ ଉପରେ ଏହାର ପ୍ରଭାବ ପଡ଼ିବ। ମୁଁ ସବୁ ବେଳେ ଭାବେ ଦଳ ମୋର ସହାୟତା ଦରକାର କରୁଛି ଏବଂ ଦଳ ପାଇଁ ମୁଁ କିଛି କରିବା ଦରକାର। ଯେତେବେଳେ ବି ସୁଯୋଗ ମିଳିବ ଦଳକୁ ସହଯୋଗ କରିବା ଦରକାର ବୋଲି ବିରାଟ୍‌ କହିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ସବୁଠାରୁ କମ୍‌ ଇନିଂସ୍‌ରେ ୧୦ ହଜାର ରନ୍‌ ହାସଲ କରିବା ରେକର୍ଡ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ୧୫୭ ରନ୍‌ର ଇନିଂସ୍‌ ଖେଳିଥିଲେ। ଶେଷ ପର୍ଯ୍ୟନ୍ତ ନଟ୍‌ଆଉଟ୍‌ ରହିବା ସହ ଗୋଟିଏ ଗୋଟିଏ ରନ୍‌ ନେବାକୁ ମଧ୍ୟ ଡାଇଭ୍‌ ମାରିଥିଲେ।



from Odisha Reporter https://ift.tt/2JhJM1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages