ବିହାର ଶେଲଟର୍‌ ହୋମ୍‌ କାଣ୍ଡ: ବିହାର ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବିହାର ଶେଲଟର୍‌ ହୋମ୍‌ କାଣ୍ଡ: ବିହାର ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବିହାରର ମୁଜାଫରନଗର ଶେଲଟର୍‌ ହୋମ୍‌ରେ ଝିଅମାନଙ୍କୁ ଦିଆଯାଉଥିବା ଯୌନ ନିର୍ଯାତନା ଦିଆଯାଉଥିବା ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଦେଶର ସର୍ବୋଚ୍ଚ ଅଦାଲତ ବିହାର ସରକାର ଓ ସିବିଆଇକୁ ତଦନ୍ତରେ ଶୀଥିଳତାକୁ ନେଇ ପ୍ରଶ୍ନ କରିଛନ୍ତି। ଏହାବାଦ୍‌ କୋର୍ଟ ଘଟଣାର ଲିଙ୍କ ଥିବା ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ କାହିଁକି ଏଯାଏ ଗିରଫ କରାଯାଇ ନାହିଁ ପ୍ରଶ୍ନ କରିଛନ୍ତି।

ମଞ୍ଜୁ ବର୍ମା ଜଣେ ପୂର୍ବତନ ମନ୍ତ୍ରୀ ଓ ସରକାରରେ ତାଙ୍କର ଦବଦବା ଥିବାରୁ କ’ଣ ତାଙ୍କୁ ସିବିଆଇ ଗିରଫ କରିବାକୁ ସାହସ କରିପାରୁନାହିଁ? ସେପ୍ଟେମ୍ବର ୨୦ରୁ ସିବିଆଇ ଘଟଣାର ତଦନ୍ତ କରୁଛି, ହେଲେ ଏଯାଏ କ’ଣ ଘଟିଛି? କେଉଁ କେଉଁ ସିବିଆଇ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି, ସେମାନଙ୍କ ନାଁ ଦେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ମଞ୍ଜୁ ବର୍ମାଙ୍କୁ ପରୋକ୍ଷରେ ସମାଲୋଚନା କରି କହିଛନ୍ତି, ସେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ଥିବାରୁ ବୋଧେ ଆଇନ୍‌ର ହାତ ତାଙ୍କ ପାଖରେ ପହଞ୍ଚି ପାରୁନି? ସେ ମନ୍ତ୍ରୀ ଥିଲେ ମଧ୍ୟ ଆଇନ୍‌ରୁ ଉପରେ ନୁହନ୍ତି। ଏହି ଘଟଣାରେ ଯାହା ସବୁ ଘଟୁଛି, ତାହା ଅନେକ ସନ୍ଦେହ ସୃଷ୍ଟି କଲାଣି। ବହୁତ ହୋଇଗଲା। କେହି କ’ଣ ପାଇଁ ଆଇନ୍‌କୁ ଖାତିର କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ ଅତ୍ୟନ୍ତ କ୍ଷୁବ୍ଧ ହୋଇ ପ୍ରଶ୍ନ କରିଛନ୍ତି।

ପୀଡ଼ିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଯେତେବେଳେ ଶେଲଟର୍‌ ହୋମ୍‌ରେ ଥିବା ଝିଅମାନଙ୍କୁ ନିଶା ଦିଆଯାଇ ଯୌନ ନିର୍ଯାତନା ଦିଆଯାଉଛି ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ ଏହା ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏଭଳି ଘଟଣାକୁ ନେଇ କୋର୍ଟ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସୁପ୍ରିମକୋର୍ଟ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଶେଲଟର୍‌ ହୋମ୍‌ର ମାଲିକ ବ୍ରଜେଶ ଠାକୁରଙ୍କୁ ମଧ୍ୟ ଆଉ ବିହାରର ଜେଲ୍‌ରେ ରଖାଯାଇ ପାରିବ ନାହିଁ ବୋଲି କହିଛନ୍ତି। ତାଙ୍କର ରାଜନୀତିକ ଲିଙ୍କ୍ ଥିବାରୁ ଘଟଣାର ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଥିବା କଥା ସୁପ୍ରିମକୋର୍ଟ କହିଛନ୍ତି। ନିରପେକ୍ଷ ତଦନ୍ତ ପାଇଁ ତାଙ୍କୁ ପଞ୍ଜାବର ପଟିଆଲା ଜେଲ୍‌କୁ ପଠାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିହାର ଶେଲଟର୍‌ ହୋମ୍‌ରେ ୩୪ ଜଣ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2AAMlcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages