ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଆଡ୍‌ମିସନ ଦେବାକୁ ମନା କଲା ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଆଡ୍‌ମିସନ ଦେବାକୁ ମନା କଲା ସ୍କୁଲ

ଡେରାଡୁନ୍‌: ବୋର୍ଡିଂ ସ୍କୁଲରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୬ ବର୍ଷୀୟ ଝିଅଙ୍କୁ ଡେରାଡୁନ୍‌ର ଏକ ଘରୋଇ ଇଂଲିଶ ମିଡିୟମ୍‌ ସ୍କୁଲରେ ନାଁ ଲେଖାଇବାକୁ ଅନୁମତି ମିଳିନାହିଁ। ସେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ହୋଇଥିବାରୁ ତାଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇ ପାରିବ ନାହିଁ ବୋଲି ଉକ୍ତ ଘରୋଇ ସ୍କୁଲର କର୍ତ୍ତୃପକ୍ଷ ଝିଅଙ୍କ ବାପାମା’ଙ୍କୁ କହିଥିବା ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ଓକିଲ ଏ ନେଇ କୋର୍ଟର ଦ୍ୱାରସ୍ଥ ହେବା ସହ ଉକ୍ତ ସ୍କୁଲର ପଞ୍ଜୀକରଣ ବାତିଲ କରିବାକୁ ସିବିଏସ୍‌ଇ ନିକଟରେ ଦାବି କରିଛନ୍ତି।

ଓକିଲ ଅରୁନ ନେଗି ନବାଳିକା ପୀଡ଼ିତାଙ୍କ ବାପାମା’ଙ୍କ ପକ୍ଷରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦର ସିଂହ ଓ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କୁ ଏକ ଚିଠି ଲେଖି ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସେ ଚିଠିରେ ଆହୁରି ଲେଖିଛନ୍ତି ଯେ ପୀଡ଼ିତାଙ୍କ ବାପା ମା’ ତାଙ୍କ ଝିଅକୁ ସହରର ବିଭିନ୍ନ ଘରୋଇ ସ୍କୁଲରେ ପାଠପଢ଼ାଇବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ହେଁ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।

ସବୁ ସ୍କୁଲ ଝିଅଟିକୁ ନାଁ ଲେଖାଇବାକୁ ମନା କରିଥିଲେ ହେଁ କେହି ବି ଏହାର କାରଣ କହି ନଥିଲେ। କିନ୍ତୁ ଝିଅଟି ଗଣଦୁଷ୍କର୍ମର ଶିକାର ହୋଇଥିବାରୁ ତାଙ୍କୁ ସ୍କୁଲରେ ନାଁ ଲେଖାଇବାକୁ ଅନୁମତି ମିଳି ପାରିବ ନାହିଁ ବୋଲି ଗୋଟିଏ ସ୍କୁଲ ପକ୍ଷରୁ କୁହାଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଅଗଷ୍ଟ ୧୪ରେ ଝିଅଟି ପଢ଼ୁଥିବା ବୋର୍ଡିଂ ସ୍କୁଲର ୪ ଜଣ ଛାତ୍ର ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏକଥା ଝିଅ ଜଣଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଥିଲେ ହେଁ କେହି ଏକଥାକୁ ଶୁଣି ନଥିଲେ। ସେପ୍ଟେମ୍ବର ମାସରେ ଝିଅଟି ଗର୍ଭବତୀ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ବୋର୍ଡିଂ ସ୍କୁଲର ପ୍ରିନ୍ସିପାଲଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ଗିରଫ କରିଥିଲା।



from Odisha Reporter https://ift.tt/2yL8Hpj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages