ପୂର୍ବତନ ସାଂସଦଙ୍କ ପୁଅ ବୋଲି ବନ୍ଧୁକ ଦେଖାଇ ଡରାଇଲେ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ପୂର୍ବତନ ସାଂସଦଙ୍କ ପୁଅ ବୋଲି ବନ୍ଧୁକ ଦେଖାଇ ଡରାଇଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଭିଆଇପି ରାଜ ଦେଖିବାକୁ ମିଳିଛି। ପୂର୍ବତନ ବିଏସ୍‌ପି ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍‌ ସମ୍ମୁଖରେ ତା’ ପୁଣି ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ଧରି ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗୁଳି କରି ଦେବାକୁ ଧମକ ଦେଇଛନ୍ତି।

ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଆଶିଷଙ୍କ ବାପା ପୂର୍ବତନ ସାଂସଦ ହୋଇଥିବା ବେଳେ ତାଙ୍କ ଭାଇ ରାକେଶ ପାଣ୍ଡେ ଏବେ ଉତ୍ତର ପ୍ରଦେଶର ଜଲାଲପୁର ବିଧାୟକ ଅଛନ୍ତି। ଆଶିଷ ଜଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ଓ ସେ ଲକ୍ଷ୍ନୌରେ ରହନ୍ତି।

ଭିଡିଓରେ ଦେଖାଯାଉଛି ଆଶିଷ ବ୍ଲାକ୍‌ ଟି-ଶାର୍ଟ ଓ ପିଙ୍କ ରଙ୍ଗର ଟ୍ରାଉଜର୍‌ ପିନ୍ଧିଛନ୍ତି। ସେ ଗାଡ଼ି ପାର୍କିଂକୁ ନେଇ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକଙ୍କ ସହ ପ୍ରଥମେ ପାଟିତୁଣ୍ଡ କରିଥିଲେ। ଏହାପରେ ନିଜ ପାଖରେ ଥିବା ବନ୍ଧୁକ ଦେଖାଇ ସେମାନଙ୍କୁ ଗୁଳି କରିଦେବାକୁ ଧମକ ଦେଇଥିଲେ।

ତେବେ ଏହି ସମୟରେ ହୋଟେଲ୍‌ର କର୍ମଚାରୀମାନେ ସେଠାରେ ପହଞ୍ଚି ଆଶିଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଆଶିଷଙ୍କ ସହ ଥିବା ଜଣେ ମହିଳା ମଧ୍ୟ ଯୁବକ ଓ ଯୁବତୀଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏମାନଙ୍କ ସହ ଥିବା ଅନ୍ୟ ଜଣେ ଯୁବତୀ ହିଁ ପୂରା ଘଟଣାର ଭିଡିଓ ଶୁଟିଂ କରିଥିବା ଅନୁମାନ କରାଯାଉଛି।

ଭିଡିଓ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଦେଶରେ ଚାଲିଥିବା ଭିଭିଆଇପି ରାଜକୁ ତୀବ୍ର ସମାଲୋଚନା କରାଯାଇଛି। ବିବାଦ ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉଭୟ ଦିଲ୍ଲୀ ଓ ଲକ୍ଷ୍ନୌ ପୁଲିସ୍‌ର ଦୁଇଟି ଟିମ୍‌ ଆଶିଷଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସୌଜନ୍ୟ: TNN



from Odisha Reporter https://ift.tt/2yFcPav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages