
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ସହର ଆହ୍ଲାବାଦର ନାଁକୁ ଆଜି ବିଧିବଦ୍ଧ ଭାବେ ପରିବର୍ତ୍ତନ କରାଯାଇଛି। ଆଜିଠାରୁ ଆହ୍ଲାବାଦ ସହରର ନାଁ ପ୍ରୟାଗରାଜ ହୋଇଛି। ଏନେଇ ଆସିଥିବା ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
ବୈଠକ ପରେ ସରକାରଙ୍କ ମୁଖପାତ୍ର ତଥା ପଶ୍ଚିମ ଆହ୍ଲାବାଦର ସାଂସଦ ସିର୍ଦ୍ଧାଥ ନାଥ ସିଂହ କହିଛନ୍ତି, ଭାରତୀୟ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଚାର ଓ ପ୍ରସାର ପାଇଁ ଏହି ପ୍ରୟାଗରାଜ ଶବ୍ଦ ଅଧିକ ସହାୟକ ହେବ। ଏଥିସହ କୁମ୍ଭମେଳାର ମଧ୍ୟ ପ୍ରଚାର ପ୍ରସାର ହୋଇପାରିବ। ଆସନ୍ତା ଜାନୁଆରୀ ମାସରୁ ଏଠାରେ କୁମ୍ଭମେଳା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ଆହ୍ଲାବାଦର ନାଁକୁ ବଦଳାଇ ପ୍ରୟାଗରାଜ ରଖିବାକୁ ମୁଁ ବ୍ୟକ୍ତିଗତ ଭାବେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି। ଏହାପରେ ଅନ୍ୟମାନେ ମଧ୍ୟ ଏହି ପ୍ରସ୍ତାବ ପ୍ରତି ସହମତ ହୋଇଥିଲେ। କାରଣ ଆହ୍ଲାବାଦର ପ୍ରକୃତ ନାଁ ପ୍ରୟାଗରାଜ ହିଁ ଥିଲା। ଆଜି କ୍ୟାବିନେଟ୍ରେ ସର୍ବସମ୍ମତିକ୍ରମେ ଏଭଳି ଏକ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି।”
ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆହ୍ଲାବାଦ ନାଁକୁ ପ୍ରୟାଗରାଜ କରାଯିବ ବୋଲି ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ୧୫୭୫ରେ ମୋଗଲ ସମ୍ରାଟ ଆକବର ଏହି ସହରର ନାଁକୁ ପ୍ରୟାଗରାଜରୁ ଆହ୍ଲାବାଦକୁ ପରିବର୍ତ୍ତନ କରିଥିଲେ।
from Odisha Reporter https://ift.tt/2CLQs7G
No comments:
Post a Comment