୧୯ ବର୍ଷ ପରେ କଂଗ୍ରେସକୁ ଲେଉଟିଲେ ତାରିକ ଅନୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

୧୯ ବର୍ଷ ପରେ କଂଗ୍ରେସକୁ ଲେଉଟିଲେ ତାରିକ ଅନୱର

ନୂଆଦିଲ୍ଲୀ: କଂଗ୍ରେସକୁ ସମାଲୋଚନା କରି ଦଳ ଛାଡ଼ିବାର ଦୀର୍ଘ ୧୯ ବର୍ଷ ପରେ ବରିଷ୍ଠ ରାଜନେତା ତାରିକ୍‌ ଅନୱର ପୁଣିଥରେ ହାତ ଧରିଛନ୍ତି। ତାରିକ, ଶରଦ ପାୱର ଓ ଦିବଂଗତ ପିଏ ସାଙ୍ଗମା ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଗଠନ କରିବାକୁ ୧୯ ବର୍ଷ ତଳେ କଂଗ୍ରେସ ଛାଡ଼ିଥିଲେ। ତେବେ ଗତ ମାସରେ ଏନ୍‌ସିପି ସଭାପତି ଶରଦ ପାୱାରଙ୍କ ସହ ମନାନ୍ତର ହେବାରୁ ସେ ଦଳ ଛାଡ଼ିଥିଲେ।

ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଆଜିର ଏହି ମିଶ୍ରଣ ପର୍ବ ବେଳେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ଓ ବିହାର କଂଗ୍ରେସର ଇନ୍‌ ଚାର୍ଜ ଶକ୍ତିସିହ୍ନା ଗୋହିଲ ମଧ୍ୟ ଉପସ୍ଥିତ ରହିଥିଲେ।

ସେପ୍ଟେମ୍ବର ୨୮ରେ ଅନୱର ଏନସିପି ଛାଡ଼ିବା ସହ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଅନୱର ୨୦୧୪ରେ କଂଗ୍ରେସ ଓ ଆର୍‌ଜେଡିର ସମର୍ଥନ ପାଇ ୨୦୧୪ରେ ବିହାରର କଟିହାର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।



from Odisha Reporter https://ift.tt/2CKRgZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages