
ଢାକା: ଚ୍ୟାରିଟି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ବିଚାରପତି ଏମ୍ଡି ଅଖତର୍ଜମାନ କହିଛନ୍ତି, ଶ୍ରୀମତୀ ଜିଆ ତାଙ୍କ ଦିବଂଗତ ସ୍ୱାମୀଙ୍କ ନାଁରେ ଏକ ଚ୍ୟାରିଟେବଲ ଟ୍ରଷ୍ଟ ଖୋଲିଥିଲେ। ତେବେ ସେ ଅଘୋଷିତ ଉତ୍ସରୁ ୩୭୫,୦୦୦ ଆମେରକୀୟ ଡଲାର ସଂଗ୍ରହ କରିବା ସହ ଏହାକୁ ଚଳୁ କରିଦେଇଥିଲେ ବୋଲି ପ୍ରମାଣ ମିଳିଛି। ତେଣୁ ତାଙ୍କୁ ୭ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଉଛି ବୋଲି ବିଚାରପତି ରୁଲିଂ ଦେଇଛନ୍ତି। ତେବେ ଅନ୍ୟଏକ ମାମଲାରେ ୫ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଥିବା ଶ୍ରୀମତୀ ଜିଆ ହସ୍ପିଟାଲ୍ରେ ଥିବାରୁ ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହୋଇପାରି ନଥିଲେ।
ଚ୍ୟାରିଟେବଲ ଟ୍ରଷ୍ଟ ପାଇଁ ଟଙ୍କା ସଂଗ୍ରହ କରୁଥିବା ଅନ୍ୟ ୩ ଜଣଙ୍କୁ ମଧ୍ୟ କୋର୍ଟ ୭ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
from Odisha Reporter https://ift.tt/2qoqejz
No comments:
Post a Comment