
ପୁଣେ: ମାଓବାଦୀଙ୍କ ସହ ଲିଙ୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ଦେଶର ୩ ପ୍ରତିଷ୍ଠିତ ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ଭେରନନ୍ ଗନ୍ସାଲଭେସ୍ ଓ ଅରୁଣ ଫେରେରାଙ୍କ ଜାମିନ୍ ଆବେଦନ ଆଜି ଖାରଜ ହୋଇଯାଇଛି। ପୁଣେର ଏକ କୋର୍ଟ ଏମାନଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି। ଏବେ ଏମାନେ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିପାରିବେ।
ଡିସେମ୍ବର ୩୧ରେ ପୁଣେର କୋରେଗାଓଁ ଠାରେ ଆୟୋଜିତ ଏଲଗାର ପରିଷଦ କନକ୍ଲେଭ ସମୟରେ ହିଂସାକାଣ୍ଡ ଘଟିବା ଅଭିଯୋଗରେ ଚଳିତ ବର୍ଷ ଅଗଷ୍ଟ ୨୮ରେ ପୁଲିସ୍ ଉପରୋକ୍ତ ୩ ସାମାଜିକ କର୍ମୀଙ୍କ ସହ ବରିଷ୍ଠ କବି ପି ଭର୍ଭରା ରାଓ ଏବଂ ଗୌତମ ନାଭଲଖାଙ୍କୁ ମଧ୍ୟ ଗିରଫ କରିଥିଲା। ଏମାନେ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ପୁଲିସ୍ କହିଛି।
ଏହି ଗିରଫଦାରୀ ବିରୋଧରେ ସୁଧା ଭରଦ୍ୱାଜ, ଭେରନନ୍ ଗନ୍ସାଲଭେସ୍ ଓ ଅରୁଣ ଫେରେରା ପୁଣେ କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଜିଲ୍ଲା ଓ ସେସନ୍ସ କୋର୍ଟ ଜଜ୍ କେଡି ଭଡାନେ ଆଜି ଏହି ୩ ଜଣଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି।
from Odisha Reporter https://ift.tt/2AtHeuz
No comments:
Post a Comment