ୱାଇଲ୍‌ଡ୍‌ ଲାଇଫ୍ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର୍‌-୨୦୧୮, ଦେଖନ୍ତୁ ବିଜେତାଙ୍କ କଥାକୁହା ଫଟୋଗ୍ରାଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ୱାଇଲ୍‌ଡ୍‌ ଲାଇଫ୍ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର୍‌-୨୦୧୮, ଦେଖନ୍ତୁ ବିଜେତାଙ୍କ କଥାକୁହା ଫଟୋଗ୍ରାଫି

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍‌ ବନ୍ୟାପ୍ରାଣୀ ଫଟୋଗ୍ରାଫି ପ୍ରତିଯୋଗିତା ତଥା ଲଣ୍ଡନର ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ‘ୱାଇଲ୍‌ଡ୍‌ ଲାଇଫ୍‌ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର୍‌ -୨୦୧୮’ ଆୱାର୍ଡ୍‌ ଘୋଷଣା ହୋଇଛି।

ନେଦର୍‌ଲ୍ୟାଣ୍ଡ୍‌ର ମାର୍ସଲ୍‌ ଭ୍ୟାନ୍‌ ଓଷ୍ଟନ୍‌ ତାଙ୍କ ଚମତ୍କାର ‘ସୁନା ରଙ୍ଗର ଚେପା-ନାକିଆ ମାଙ୍କଡ଼’ ଦମ୍ପତିଙ୍କ ଫଟୋ ପାଇଁ ‘ୱାଇଲ୍‌ଡ୍‌ ଲାଇଫ୍‌ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର୍‌ -୨୦୧୮’ ଆୱାର୍ଡ ପାଇଛନ୍ତି।
ସେହିପରି ଶୟନ ମୁଦ୍ରାରେ ଥିବା ଏକ ଚିତା ବାଘ ହଠାତ୍‌ ନିଦରୁ ଉଠିବା ବେଳର ଫଟୋ ନେଇ ଦକ୍ଷିଣ ଆଫ୍ରିକାର ୧୬ ବର୍ଷ ବୟସ୍କ କିଶୋର ସ୍କାଇ ମିକର୍‌ ୨୦୧୮ ପାଇଁ ଶ୍ରେଷ୍ଠ ଯୁବ ଫଟୋଗ୍ରାଫର୍‌ ସମ୍ମାନ ପାଇଛନ୍ତି।

ବିଶ୍ୱରେ ବିରଳ ପ୍ରାୟ କୁହାଯାଉଥିବା ‘ସ୍ନର୍ଣିମ ଚେପା ନାକିଆ ମାଙ୍କଡ଼’ମାନେ ସାଧାରଣତଃ ଚୀନ୍‌ର କ୍ୱିନ୍‌ଲିଙ୍ଗ୍‌ ପର୍ବତମାଳାରେ ଦେଖାଯା’ନ୍ତି। କିଛି ଦଶନ୍ଧି ଧରି ଏହି ପ୍ରଜାତିର ମାଙ୍କଡ଼ଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ଏବଂ ଏବେ ସେମାନଙ୍କ ସଂଖ୍ୟା ୪ହଜାରରୁ ମଧ୍ୟ କମ୍‌ ହୋଇଗଲାଣି।

 

ଏହି ମାଙ୍କଡ଼ଙ୍କୁ କ୍ୟାମେରାର ଲେନ୍‌ସ୍‌ରେ କଏଦ କରିବାକୁ ଦିନ ରାତି ଏକ କରି ଦେଇଥିବା ଫଟୋଗ୍ରାଫର୍‌ ମାର୍ସଲ୍‌ ଭ୍ୟାନ୍‌ ଓଷ୍ଟନ୍‌ ଶେଷରେ ଜଙ୍ଗଲର ସବୁଜିମା ପରିବେଶରେ ସୂର୍ଯ୍ୟ ସ୍ନାନ (ଖରା ପୋଇଁ ହେଉଥିବା) ନେଉଥିବା ଏହି ବିରଳ ପ୍ରଜାତିର ମାଙ୍କଡ଼ ଦମ୍ପତିଙ୍କୁ ଠାବ କରିଥିଲେ। ଖୁବ୍‌ ଲୋମଶ ଦିଶୁଥିବା ଏହି ମାଙ୍କଡ଼ଙ୍କ ସ୍ୱର୍ଣ୍ଣିମ କେଶ ରାଶିରେ ଜଙ୍ଗଲର ସବୁଜ ବଳୟ ଭେଦି ପଡ଼ିଥିବା ସୂର୍ଯ୍ୟ କିରଣ ମାର୍ସଲ୍‌ଙ୍କ ଫଟୋକୁ ଏକ ଚିତ୍ତାକର୍ଷକ ପେଣ୍ଟିଂ ଭଳି ପ୍ରତୀୟମାନ କରୁଛି। ଏହାକୁ ବିଶ୍ୱର କୋଣ ଅନୁକୋଣରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ବଳିଷ୍ଠ ଉଦାହରଣ ଭାବେ କାନ୍ଥରେ ଟଙ୍ଗା ଯିବା ସାମଗ୍ରୀ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଏହାକୁ ପ୍ରତିଯୋଗିତାର ସର୍ବୋତ୍କୃଷ୍ଟ ଫଟୋଗ୍ରାଫ୍ ଭାବେ ଚୟନ କରିବା ଅବସରରେ ବିଚାରକମଣ୍ଡଳୀ କହିଛନ୍ତି।

ସେହିପରି ସ୍ୱଭାବରେ ଖୁବ୍‌ ଧୂର୍ତ୍ତ କୁହାଯାଉଥିବା ଦକ୍ଷିଣ ଆପ୍ରିକାର ପ୍ରବାସୀ ଚିତା ବାଘଙ୍କ ମଧ୍ୟରୁ ଏକ ବାଘୁଣୀର ଶାନ୍ତ ତଥା କମନୀୟ ଫଟୋ ଉଠାଇ ୧୬ ବର୍ଷ ବୟସ୍କ କିଶୋର ଫଟୋଗ୍ରାଫର୍‌ ସ୍କାଇ ମିକର୍‌ ୨୦୧୮ର ଶ୍ରେଷ୍ଠ ଯୁବ ୱାଇଲ୍‌ଡ୍‌ ଲାଇଫ୍‌ ଫଟୋଗ୍ରାଫର୍‌ ଅଫ୍‌ ଦି ଇୟର୍‌ ସମ୍ମାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ‘ମଶାଟୁ ରିଜର୍ଭ ଫରେଷ୍ଟ୍‌’ର ‘ମାଥୋଜା’ ନାମ୍ନୀ ଏକ ଚିତା ବାଘୁଣୀ ଶୋଇବାରୁ ଉଠିବା ମାତ୍ରେ ତାର ଶାନ୍ତ ରୂପକୁ ମିକର୍‌ ତାଙ୍କ କ୍ୟାମେରା ଲେନ୍‌ସ୍‌ରେ କଏଦ୍‌ କରିବାରେ ସଫଳ ହୋଇଥିଲେ।

ସେହିପରି ନିଜ ଜନ୍ମିତ ଶିଶୁର ମତ୍ୟୁ ପରେ ଶୋକ ଜର୍ଜରିତ ଏକ ମା’ ଗରିଲା ନିଜ ଛୁଆର ମୃତଦେହକୁ ହାତରେ ଜାବୁଡ଼ି ଧରି ନିଜ ବେଦନା (ସତେ ଯେପରି ନିଜ ଛୁଆକୁ ଛାଡ଼ିବାକୁ ମା’ ଆଦୌ ପ୍ରସ୍ତୁତ ନୁହେଁ) ବ୍ୟକ୍ତ କରୁଥିବା ଭଳି ମର୍ମସ୍ପର୍ଶୀ ଓ ଆବେଗଭରା ମୁହୂର୍ତ୍ତକୁ ଲେନ୍‌ସ ଧରିଥିବା ସ୍ପେନ୍‌ର ରିକାଡୋ ମୋଣ୍ଟେରୋଙ୍କ ଫଟୋଗ୍ରାଫ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ବେଶ୍‌ ପ୍ରଶଂସା ସାଉଁଟିଛି।

ବିଶ୍ୱବ୍ୟାପୀ ୱାଇଲ୍‌ଡ୍‌ ଲାଇଫ୍‌ ଫଟୋଗ୍ରାଫିକୁ ଉତ୍ସାହିତ କରିବା ପାଇଁ ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ ପକ୍ଷରୁ ୧୯୬୪ ମସିହାରେ ଏହି ପ୍ରତିଯୋଗିତା ପ୍ରଦାନ ଆରମ୍ଭ କରାଯାଇଥିଲା। ୨୦୧୮ ପାଇଁ ଏହି ପ୍ରତିଯୋଗିତାରେ ୯୫ଟି ଦେଶରୁ ୪୫,୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ୧୯ଟି ବର୍ଗରେ ବିଭକ୍ତ କରାଯାଇଥିଲା ଏବଂ ଫାଇନାଲ୍‌ରେ ଏହି ୧୯ଟି ବର୍ଗର ବିଜେତାଙ୍କ ମଧ୍ୟରୁ ଚଳିତ ବର୍ଷର ଉଭୟ ଯୁବ ଓ ସାଧାରଣ ବର୍ଗର ବିଜେତାଙ୍କୁ ଚୟନ କରାଯାଇଛି।

ଫଟୋଗ୍ରାଫ୍‌ର ମୌଳିକତା, ସୃଜଶୀଳତା ଓ ବୈଷୟିକ ଉତ୍କର୍ଷକୁ ବିଚାର କରି ସର୍ବୋତ୍କୃଷ୍ଟ ଫଟୋକୁ ଏକ ବିଶେଷଜ୍ଞ କମିଟି ବାଛିଥାଏ।



from Odisha Reporter https://ift.tt/2PKfHtI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages