ଚେହେରାକୁ ଚିକ୍କଣ କରେ ଅଂଳା, ପଢ଼ନ୍ତୁ ଏହା କେତେ ଉପକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଚେହେରାକୁ ଚିକ୍କଣ କରେ ଅଂଳା, ପଢ଼ନ୍ତୁ ଏହା କେତେ ଉପକାରୀ

ଆମ ବାଡ଼ି ବଗିଚାରେ ଥିବା ଅନେକ ଗଛ ମଧ୍ୟରୁ ଅଂଳା ହେଉଛି ଅନ୍ୟତମ।  ଏହି ଅଂଳା କୋଳିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଅଂଳାର ବ୍ୟବହାର କରିପାରିବେ। ତେବେ ଆଜି ଆସନ୍ତୁ ଜାଣିବା ଅଂଳାର ଉପକାରୀ ଗୁଣ ବିଷୟରେ।

ଯଦି ଆପଣଙ୍କ ମଥାରୁ ନିୟମିତଭାବେ ଚୁଟି ଝଡ଼ୁଛି ତେବେ ଅଂଳା ଖାଆନ୍ତୁ । ଏହା ଚୁଟି ମୂଳକୁ ମଜଭୁତ୍‌ କରିଥାଏ।  କାରଣ ଅଂଳାରେ ଭିଟାମିନ୍ ‘ସି’ ଭରପପୂର ରହିଛି। ସେହିପରି ପ୍ରତିଦିନ ଅଂଳାକୁ ଗୁଣ୍ଡ କରି ଚୁଟି ମୂଳରେ ଲଗାଇଇଲେ କେଶ ମଜବଭୁତ୍‌ ହେବା ସହ ଘନତ୍ୱ ବୃଦ୍ଧି ପାଇଥାଏ। ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଅଁଳାକୁ ଫେସ୍ ସ୍କର୍ବ ପରି ବ୍ୟବହାର କରିପାରିବେ।

ସେଥିପାଇଁ ଅଂଳା ରସକୁ ଆପଣ ନିଜ ମୁହଁରେ ଲାଗାଇ ୩୦ ମିନିଟ୍‌ ରଖିପାରିବେ। ଏହି ରସ୍‌ ଆପଣଙ୍କ ମୁହଁରେ ଥିବା ଦାଗକୁ ଦୂର କରିବା ସହ ଚେହେରାକୁ ଚିକ୍କଣ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ ।

ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ । ଦାନ୍ତ ବିନ୍ଧାରୁ  ଅଁଳା ଉପଶମ ଦେଇଥାଏ। ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । ଏହା ସହ ଦାନ୍ତରେ ପୋକ ଲାଗିଥିଲେ ଭଲ ହୋଇଯାଏ।



from Odisha Reporter https://ift.tt/2yvFgbv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages