୩ ଆତଙ୍କୀ ନିପାତ ହେବା ପରେ ବିସ୍ଫୋରଣରେ ୬ କଶ୍ମୀରୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

୩ ଆତଙ୍କୀ ନିପାତ ହେବା ପରେ ବିସ୍ଫୋରଣରେ ୬ କଶ୍ମୀରୀ ମୃତ

ଶ୍ରନଗର:କୁଲଗାମଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ଆତଙ୍କୀ ପ୍ରାଣ ହରାଇବା ପରେ ଏକ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଆତଙ୍କୀଙ୍କ ସହିତ ଗୁଳିବିନିମୟରେ ୨ ଜଣ ଯବାନ ଆହତ ହୋଇଥିଲେ। ଆତଙ୍କୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀର ଉପତ୍ୟକାରେ ହିଂସା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସମସ୍ତ ମୃତ ୬ ଜଣ ବିସ୍ଫୋରଣରେ ମରିଛନ୍ତି କିମ୍ବା ହିଂସା କାରଣରୁ ମରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ଏନ୍‌କାଉଣ୍ଟର ପରେ ପରେ ସୁରକ୍ଷା କର୍ମୀଙ୍କ ସହିତ କିଛି ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ ଏବଂ ଏନ୍‌କାଉଣ୍ଟର ସ୍ଥାନକୁ ଯାଇଥିଲେ। ସେଠାରେ ଏକ ଅଫୁଟା ବିସ୍ଫୋରକ ଥିବାରୁ ସେନା ପକ୍ଷରୁ ସେହି ସ୍ଥାନକୁ ନଯିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ।

ଏହି ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏହି ଘଟଣାକୁ ନିନ୍ଦା କରି କହିଛନ୍ତି, ପୂର୍ବରୁ ସ୍ଥିତି ଗମ୍ଭୀର ଥିବାବେଳେ ଗୁଳିବିନିମୟ କାରଣରୁ ପୁଣିଥରେ ନିରୀହ କଶ୍ମୀରବାସୀ ପ୍ରାଣ ହରାଇବା ନିନ୍ଦନୀୟ। ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍‌ କରୁଥିବାବେଳେ ଆତଙ୍କୀମାନେ ଗୁଳିମାଡ଼ କରିଥିଲେ, ଯାହାର ଜବାବ ଦେଇଥିଲା ସେନା।

ବର୍ତ୍ତମାନ ପରିସ୍ଥିତି ସଙ୍ଗିନ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି।



from Odisha Reporter https://ift.tt/2S5U5cX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages