ଘରେ ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଘରେ ପ୍ରସ୍ତୁତ କରନ୍ତୁ କଦଳୀ ମଞ୍ଜା କଟ୍‌ଲେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କଦଳୀର ମଞ୍ଜା ଶରୀର ପାଇଁ ଖୁବ୍ ଉପକାରୀ। ତେବେ ଏହି ମଞ୍ଜାରୁ ଘରେ କିପରି ପ୍ରସ୍ତୁତ କରିବେ କଟ୍‌ଲେଟ୍‌, ଆଜି ତାହା ଆମେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: କଦଳୀ ମଞ୍ଜା, ଆଳୁ, ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା କଟା, କଟା ଧନିଆ ପତ୍ର, ଅଟା, ଗରମ ମସଲା ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ମଞ୍ଜାକୁ ଚୁନା ଚୁନା କରି କାଟନ୍ତୁ। ଏହାକୁ ପାଣିରେ ଚକଟି ଭଲ ଭାବେ ଧୋଇ ସେଥିରେ ଅଳ୍ପ ଲୁଣ ପକାଇ ରଖନ୍ତୁ। ଏବେ କଟା ମଞ୍ଜାକୁ ପ୍ରେସର୍‌ କୁକର୍‌ରେ ସିଝାଇ ରଖନ୍ତୁ। ଆଳୁକୁ ସିଝାଇବା ପରେ ଏହାକୁ ଚକଟି ଦିଅନ୍ତୁ। ଏବେ ପିଆଜକୁ ସରୁ ସରୁ କାଟନ୍ତୁ। ବର୍ତ୍ତମାନ କଡ଼େଇରେ ଅଳ୍ପ ତେଲ ଦେଇ ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ସିଝାଇ ରଖିଥିବା ମଞ୍ଜାକୁ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ। ଗୋଟିଏ ପ୍ଲେଟ୍‌ରେ ଏହି ମଞ୍ଜାକୁ କାଢ଼ନ୍ତୁ। ସେଥିରେ ସିଝା ଆଳୁ, କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ଅଟା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକାରରେ ଗଢ଼ି ରଖନ୍ତୁ। ବର୍ତ୍ତମାନ ତାୱା ଗରମ କରି ସେଥିରେ କଟଲେଟ୍‌ସବୁକୁ ଅଳ୍ପ ତେଲ ଦେଇ ଦୁଇ କଡ଼ ଲାଲ ହେବା ଯାଏ ଭାଜନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ କଦଳୀ ମଞ୍ଜା କଟଲେଟ୍। ଏହାକୁ ଚଟଣି କିମ୍ବା ସସ୍ ସହିତ ପରଷନ୍ତୁ।



from Odisha Reporter https://ift.tt/2PlokLl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages