ଜନତା ପଚାରୁଛନ୍ତି ଭୋଟ ଦେଲୁ, ରାମ ମନ୍ଦିର କୁଆଡ଼େ ଗଲା: ଭାଗବତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଜନତା ପଚାରୁଛନ୍ତି ଭୋଟ ଦେଲୁ, ରାମ ମନ୍ଦିର କୁଆଡ଼େ ଗଲା: ଭାଗବତ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ତଥା ବିଜୟା ଦଶମୀ କାର୍ଯ୍ୟକ୍ରମରେ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ୍‌ ଭାଗବତ୍। ରାମ ମନ୍ଦିର ପାଇଁ ସରକାରଙ୍କ ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇବା ସହିତ ସାବରୀମାଳା, ଏସ୍‌ସି-ଏସ୍‌ଟି ସମୁଦାୟ, ଅର୍ବାନ୍‌ ନକ୍ସଲିଜିମ୍‌, ପାକିସ୍ତାନ ଏବଂ ପ୍ରତିରକ୍ଷା ଭଳି ପ୍ରସଙ୍ଗରେ ସେ ଆଜି ମତ ରଖିଛନ୍ତି।

ରାମ ମନ୍ଦିର ବାବଦରେ ସଂଘ ପ୍ରମୁଖ କହିଛନ୍ତି, କିଛି ଲୋକ ରାଜନୀତି ପାଇଁ ରାମ ମନ୍ଦିର ପ୍ରସଙ୍ଗକୁ ଘୁଞ୍ଚାଇ ଚାଲିଛନ୍ତି। ଜନତା ବର୍ତ୍ତମାନ ସରକାରଙ୍କୁ ପଚାରିବାକୁ ଆରମ୍ଭ କରିଛନ୍ତି, ଆମେ ଭୋଟ୍‌ ଦେଲୁ ରାମ ମନ୍ଦିର ପ୍ରସଙ୍ଗ କୁଆଡ଼େ ଗଲା। ରାମ ଜନ୍ମଭୂମିରେ ଜଲ୍‌ଦି ରାମ ମନ୍ଦିର ନିର୍ମିତ ହେବାର ଆବଶ୍ୟକତା ରହିଛି। ରାମନ୍ଦିରକୁ ଏକ ଗୌରବ ଦୃଷ୍ଟିରେ ଦେଖାଯାଉ, ଯାହାଦ୍ୱାରା ସଦ୍‌ଭାବନା ଏବଂ ଏକାତ୍ମତା ବୃଦ୍ଧି ପାଇବ। ସରକାର ଏଥିପାଇଁ ଆଇନ ଆଣିବାର ଆବଶ୍ୟକତା ରହିଛି। ଏହା ଭାରତର ପ୍ରତୀକ ତେଣୁ ଯକୌଣସି ଉପାୟରେ ଏହାର ନିର୍ମାଣର ଆବଶ୍ୟକତା ରହିଛି।

ସେ ଏହି ଅବସରରେ କହିଛନ୍ତି ସୁରକ୍ଷାକର୍ମୀଙ୍କୁ ସଶକ୍ତ କରିବା ସଙ୍ଗେସଙ୍ଗେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରଖିବାକୁ ହେବ। ପାକିସ୍ତାନ ପ୍ରସଙ୍ଗରେ ଶ୍ରୀ ଭାଗବତ କହିଥିଲେ, ନୂଆ ସରକାର ଆସିବାପରେ ମଧ୍ୟ ସୁଧୁରିନି ପାକିସ୍ତାନ। ଅସ୍ତ୍ରବିରତି ଉଲ୍ଲଂଘନ ଏବେ ମଧ୍ୟ ଜାରି ରହିବା ଚିନ୍ତାର କାରଣ ପାଲଟିଛି। ତେବେ ସୁରକ୍ଷାବଳ ଏବଂ ସେନାରେ ନୂତନ ଟେକ୍ନୋଲୋଜିର ପ୍ରୟୋଗ ବୃଦ୍ଧି ପାଇବାରେ ଲାଗିଛି, ଯାହାକି ଅନ୍ୟ ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନକୁ ମଜଭୁତ କରିଛି ବୋଲି ସେ କହିଛନ୍ତି।

ଅର୍ବାନ୍‌ ନକ୍ସଲିଜିମ୍‌ ବା ସହରୀ ନକ୍ସଲବାଦ ପରି ନୂଆ ବାମପନ୍ଥୀ ତତ୍ତ୍ୱର ଗତିବିଧି ପ୍ରତି ସମାଜ ସାବଧାନ ରହିବା ଉଚିତ ବୋଲି ସେ ମତ ରଖିଛନ୍ତି। ଜଙ୍ଗଲବହୁଳ ରାଜ୍ୟ ଏବଂ ଦେଶର ବିଭିନ୍ନ ବିଚ୍ଛିନ୍ନାଞ୍ଚଳରେ ହିଂସାତ୍ମକ କାର୍ଯ୍ୟଗୁଡ଼ିକୁ ଦୃଢ଼ତାର ସହିତ ଧ୍ୱଂସ କରାଯିବା ପରେ ବର୍ତ୍ତମାନ ଏସବୁର ପୃଷ୍ଠପୋଷକମାନେ ସହରୀ ନକ୍ସଲବାଦ ବା ଅର୍ବାନ୍‌ ନକ୍ସଲିଜିମ୍‌ର ମାର୍ଗ ବାଛି ରାଷ୍ଟ୍ରବିରୋଧୀ ଆନ୍ଦୋଳନ ପାଇଁ କାମ କରୁଛନ୍ତି।

ସେ ଶତପ୍ରତିଶତ ଭୋଟିଂକୁ ଗୁରୁତ୍ୱ ଦେଇ କହିଥିଲେ ରାଷ୍ଟ୍ରହିତରେ ସମସ୍ତେ ନିଜ ନିଜର ମତଦାନ କରିବା ଉଚିତ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକଙ୍କ ପାଇଁ ହେଉଥିବା ଯୋଜନା ସବୁକୁ ଆହୁରି ଅଧିକ ତତ୍ପରତା ଏବଂ ସମ୍ବେଦନଶୀଳତାର ସହିତ ଲାଗୁ କରିବାର ଆବଶ୍ୟକତା ରହିଛି।

ଆଜି ସଂଘର ପ୍ରତିଷ୍ଠା ଦିବସରେ ନୋବେଲ ବିଜେତା କୈଲାଶ ସତ୍ୟାର୍ଥୀ ମଧ୍ୟ ଯୋଗ ଦେଇଥିଲେ।



from Odisha Reporter https://ift.tt/2CqZaHx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages