ନୂଆ ସିବିଏସ୍‌ଇ ସ୍କୁଲ ଅନୁବନ୍ଧନ ପ୍ରକ୍ରିୟାରେ ଆସିଲା ସଂସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ନୂଆ ସିବିଏସ୍‌ଇ ସ୍କୁଲ ଅନୁବନ୍ଧନ ପ୍ରକ୍ରିୟାରେ ଆସିଲା ସଂସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସିବିଏସ୍‌ଇ ଅଧୀନରେ ନୂଆ ସ୍କୁଲ୍‌ର ଆଫିଲିଏସନ୍‌ ବା ଅନୁବନ୍ଧନ ପ୍ରକ୍ରିୟାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସଂସ୍କାର ଅଣାଯାଇଛି। ଆଜି ପିଆଇବି କନ୍‌ଫରେନ୍ସ ହଲ୍‌ଠାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସଂସ୍କାର ସମୂହ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏଥିରେ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ସ୍ୱରୂପ ଏବେ ଅନୁବନ୍ଧନର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ କରାଯାଇଛି। ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ଦେଶରେ ୨୦,୭୦୦ ସ୍କୁଲ ସିବିଏସ୍‌ଇ ସହିତ ଅନୁବନ୍ଧିତ ଅଛନ୍ତି। ପ୍ରତିବର୍ଷ ବୋର୍ଡ ୨ ହଜାରରୁ ୨୫୦୦ ନୂତନ ସ୍କୁଲ ଅନୁବନ୍ଧନ ପାଇଁ ଆବେଦନ ଗ୍ରହଣ କରିଥାଏ। ପୂର୍ବରୁ ରାଜ୍ୟସ୍ତରରେ ଏନ୍‌ଓସି (ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌) ପରିଦର୍ଶନ ପରେ ସିବିଏସ୍‌ଇ ପକ୍ଷରୁ ଏନ୍‌ଓସି ପରିଦର୍ଶନ କରାଯାଉଥିଲା। ତା’ପରେ ଯାଇ ଅନୁବନ୍ଧନ ସମ୍ଭବ ହେଉଥିଲା।

ବର୍ତ୍ତମାନ ଯେକୌଣସି ସ୍କୁଲ୍‌ ଏପରି ଆବେଦନ କରିବା ସମୟରେ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଏନ୍‌ଓସି ନେବାକୁ ହେବ ଯେଉଁଥିରେ ଭିତ୍ତିଭୂମି ପରଖାଯିବ। ଏହାପରେ ସିବିଏସ୍‌ଇ ପକ୍ଷରୁ ଶିକ୍ଷା ପଦ୍ଧତିର ମାନ ପରୀକ୍ଷା ପାଇଁ ସ୍କୁଲ ପରିଦର୍ଶନ କରାଯିବ। ଏହାଦ୍ୱାରା ପ୍ରକ୍ରିୟାରେ ଅତିରିକ୍ତ ବିଳମ୍ବ ହଟାଇ ଦିଆଯାଇପାରିବ। ୨୦୦୭ ପରଠାରୁ ୮୦୦୦ ସ୍କୁଲର ଆବେଦନ ଏଯାଏ ଆସିଛି ଏବଂ ସେଥିରୁ ୨୦୦୦ ସ୍କୁଲକୁ ମଞ୍ଜୁରୀ ମିଳିସାରିଛି। ମେରିଟ୍‌ ଭିତ୍ତିରେ ଅନୁବନ୍ଧନ ନିଷ୍ପତ୍ତି ନିଆଯାଉଛି। ବର୍ତ୍ତମାନ ସିବିଏସ୍‌ଇ ଅଧୀନରେ ୨ କୋଟି ଛାତ୍ରଛାତ୍ରୀ ପଢ଼ୁଛନ୍ତି ଏବଂ ୧୦ ଲକ୍ଷ ଶିକ୍ଷକ କାର୍ଯ୍ୟରତ ବୋଲି ଶ୍ରୀ ଜାଭଡେକର ସୂଚନା ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏପରି ସ୍କୁଲଗୁଡ଼ିକରେ କ୍ରୀଡ଼ାକୁ ପ୍ରାଧାନ୍ୟ ଦିଆଯିବ। ଫି’ ବାବଦରେ ଘୋଷଣା କରାଯିବ ଏବଂ କୌଣସି ଲୁଚାଛପା ଶୁଳ୍କ ଧାର୍ଯ୍ୟ କରାଯିବ ନାହିଁ। ଏହି ସବୁ ନିୟମ ନମାନିଲେ ସମ୍ପୃକ୍ତ ବିଦ୍ୟାଳୟକୁ ଅନୁବନ୍ଧନରୁ ବାଦ୍‌ ଦିଆଯିବ। କୌଣସି ନିର୍ଦ୍ଦିଷ୍ଟ ଦୋକାନରୁ ସ୍କୁଲ ପୋଷାକ ବା ୟୁନିଫର୍ମ କିମ୍ବା ବହି କିଣିବାକୁ ବାଧ୍ୟ କରାଯାଇପାରିବନି। ସ୍କୁଲରେ ବିନା ଦଣ୍ଡରେ ଛାତ୍ରଛାତ୍ରୀମାନଙ୍କୁ ନିଜ ଭୁଲ୍ ପାଇଁ କିଭଳି ଉତ୍ତରଦାୟୀ କରାଯିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ଅଭିଭାବକଙ୍କ ନିଷ୍ପତ୍ତି ଉପରେ ଛାଡ଼ିଦିଆଯାଉ। ଶିକ୍ଷକ ଅଭାବ ବାବଦରେ ସେ କହିଥିଲେ, ବର୍ତ୍ତମାନ ୭୦ ଲକ୍ଷ ସ୍କୁଲ ଶିକ୍ଷକ ଅଛନ୍ତି ଏବଂ ୧ ଲକ୍ଷ ସ୍କୁଲ ଏଭଳି ରହିଛି ଯେଉଁଠାରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି।



from Odisha Reporter https://ift.tt/2Aic1dw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages