“ମତେ କିସ୍‌ କରିଥିଲେ, ମୋ କାନରେ ହାତ ମାରିଥିଲେ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

“ମତେ କିସ୍‌ କରିଥିଲେ, ମୋ କାନରେ ହାତ ମାରିଥିଲେ”

abijit

ମୁମ୍ବାଇ: ଦେଶବ୍ୟାପୀ ଜୋର୍‌ ଧରିଛି #Metooଅଭିଯାନ। ଏବେ ଏଥିରେ ଫସିଛନ୍ତି ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ୍‌ ଭଚ୍ଚାଚାର୍ଯ୍ୟ। ସେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଏହି ଘଟଣା ୨୦ ବର୍ଷ ତଳେ କୋଲକାତାରେ ଘଟିଥିଲା।

ରିପୋର୍ଟ ମୁତାବକ ଏହି ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ୍‌ଙ୍କୁ କୋଲକାତାର ଏକ ପବ୍‌ରେ ଅଭିଜିତ୍‌ ଅସଦାଚରଣ କରିଥିଲେ। ଏନେଇ ଅଭିଯୋଗକାରିଣୀ କହିଛନ୍ତି ଯେ, “୨୦ ବର୍ଷ ତଳେ ଅଭିଜିତ୍‌ ସେହି ପବ୍‌ରେ ମୋତେ କିସ୍‌ କରିଥିଲେ, ମୋ କାନରେ ହାତ ମଧ୍ୟ ମାରିଥିଲେ।’’

କିନ୍ତୁ ଅଭିଜିତ୍‌ ଏହି ଅଭିଯୋଗକୁ ଖାରଜ କରିଛନ୍ତି। ଅଭିଜିତ୍‌ ଏଭଳି କଥାକୁ ତାଚ୍ଛଲ୍ୟ କରି କହିଛନ୍ତି,‘‘ସେ ସମୟରେ ବୋଧେ ମୁଁ ଜନ୍ମ ବି ହୋଇନଥିଲି। ମୁଁ ମୋ ଜୀବନରେ କେବେ ପବ୍‌ କି ବାର୍‌ ଯାଇନାହିଁ। କୋଣସି ଫିଲ୍ମ ବା ପେଜ୍‌-୩ ପାର୍ଟିରେ ମୋତେ କେହି କେବେ ଦେଖି ନଥିବେ।’’

ଅଭିଜିତ୍‌ ଆହୁରି କହିଛନ୍ତି, ‘‘ମୁଁ ସେହି ମୋଟି ଓ ଅସୁନ୍ଦର ଝିଅଙ୍କ କଥାରେ ଆଦୌ ଧ୍ୟାନ ଦେବାକୁ ଚାହୁଁନି, ଯେଉଁମାନେ ଏବେ ଖାଲି ମିଛ ଅଭିଯୋଗ କରିବାରେ ଲାଗି ପଡ଼ିଛନ୍ତି।’’



from Odisha Reporter https://ift.tt/2ycxNxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages