
ମୁମ୍ବାଇ: ଏବେ ବଲିଉଡ୍ରେ ଚାଲିଛି ବାହାଘର ସିଜିନ୍। ତେବେ ଏଇ ସିଜିନ୍ରେ ନୁହେଁ, ଶୁଣିବାକୁ ମିଳୁଛି ଯେ ଆସନ୍ତା ବର୍ଷ କୁଆଡ଼େ ମଲାଇକା ଆରୋରାଙ୍କୁ ବିଧିବଦ୍ଧ ଭାବେ ନିଜ ଘରଣୀ କରିବେ ବଲିଉଡ୍ର ଅନ୍ୟଜଣେ ମୋଷ୍ଟ୍ ଇଲିଜିବଲ୍ ବ୍ୟାଚ୍ଲର୍ ଅର୍ଜୁନ୍ କପୁର୍। ଦୀର୍ଘଦିନ ଧରି ଏହି ଦୁଇ ପ୍ରେମ ପକ୍ଷୀ ବିଭିନ୍ନ ସ୍ଥାନରେ ଏକାଠି ଚକ୍କର ମାରୁଛନ୍ତି।
ଉଭୟ ବହୁବାର ପାପାର୍ଜିଙ୍କ କ୍ୟାମେରା ଲେନ୍ସରେ କଏଦ୍ ହେବା ପରେ, ମଲାଇକା ଓ ଅର୍ଜୁନ ନିଜକୁ କେବଳ ‘ପରସ୍ପରର ଭଲ ବନ୍ଧୁ’ କହି ସମ୍ପର୍କ ଗୁଞ୍ଜରଣକୁ ଏଡ଼ାଇ ଚାଲିଛନ୍ତି।ନିକଟରେ ଇଟାଲୀରୁ ନିଜ ଜନ୍ମଦିନ ଛୁଟି କାଟି ଫେରୁଥିବା ବଲିଉଡ୍ର ଏହି ବୟସ୍କ ସୁନ୍ଦରୀଙ୍କୁ ମୁମ୍ବାଇ ଏୟାର୍ପୋର୍ଟରେ ଅର୍ଜୁନ କପୁର୍ଙ୍କ ସହ ପୁଣି ଥରେ ଦେଖିବାକୁ ମିଳିଥିଲା। ଏଇଥିରୁ କେହି କେହି ଅନୁମାନ କରିଥିଲେ ଯେ ଉଭୟେ ଇଟାଲୀରେ ଏକାଠି ଛୁଟି କାଟୁଥିଲେ।
ଏହା ପରେ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ୍ ରିଆଲିଟି ଶୋ’ରେ ଉଭୟ ହାତ ଛନ୍ଦାଛନ୍ଦି ହୋଇ ମଞ୍ଚକୁ ଆସିବା ଦୃଶ୍ୟକୁ ନେଇ ଅନେକ ନିଶ୍ଚିତ ଯେ ଦୁଇ ଜଣଙ୍କ ମଧ୍ୟରେ ମାମଲା ଆବଶ୍ୟକତା ଠାରୁ ଅଧିକ ଗଭୀର ହୋଇଛି। ଆଉ ଆଗକୁ ଅଧିକ ହଇରାଣ ନହୋଇ ଆସନ୍ତା ବର୍ଷ କୁଆଡ଼େ ଏହି ଦୁଇ ପ୍ରେମ ପକ୍ଷୀ ଏକାଠି ନିଜ ବସା ବାନ୍ଧିବେ ବୋଲି ଚର୍ଚ୍ଚା ହେଉଛି।

‘ବୋନି-ତନୟ’ ଅର୍ଜୁନ୍ କପୁରଙ୍କ ବୟସ ଏବେ ୩୩ ହେଲାଣି। ଏହି ହ୍ୟାଣ୍ଡସମ୍ ହିରୋ କିନ୍ତୁ ଢେର୍ ଦିନ ଧରି ନିଜ ଠାରୁ ୧୨ ବର୍ଷ ବଡ଼ ମଲାଇକାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଚର୍ଚ୍ଚା ହେଉଛି। ଅବଶ୍ୟ ମଲାଇକାଙ୍କ ଝଟକୁଥିବା ଗ୍ଲାମର୍ ଓ ସ୍ୱଭାବ ଦେଖି କେହି କେହି ତାଙ୍କୁ ଏଯାଏ ୩୦ ଟପିନି ଛୁଇଁନି ବୋଲି ବି କହୁଛନ୍ତି।
ତେବେ ପୂର୍ବତନ ପତି ଅର୍ବାଜ୍ ଖାନ୍ଙ୍କଠାରୁ ଛାଡ଼ପତ୍ର ପାଇବା ପରେ ମଲାଇକା, ଅର୍ଜୁନଙ୍କୁ ନିଜ ମହକରେ ବାନ୍ଧି ନିରୋଳାପଣ କାଟୁଛନ୍ତି ବୋଲି ଆଉ କେହି କେହି କହୁଛନ୍ତି।
ମଲାଇକା ଏବେ କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ଜଜ୍ ଅଛନ୍ତି। ମଲାଇକାଙ୍କ ସହ ଶୋ’ରେ କିରଣ ଖେର୍ ଓ କରନ୍ ଜୋହର ମଧ୍ୟ ଜଜ୍ ଅଛନ୍ତି। ନିକଟରେ ଅର୍ଜୁନ କପୁର୍ ନିଜ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ପ୍ରମୋସନ ପାଇଁ ଏହି ଶୋ’କୁ ଆସିଥିଲେ। ତେବେ ଏଠାରେ ସେ ମଲାଇକାଙ୍କ ହାତ ଧରି ଷ୍ଟେଜ ଉପରକୁ ଏଣ୍ଟ୍ରି କରିଥିଲେ, ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା।
କିଛି ଦିନ ତଳେ ଅର୍ଜୁନ କହିଥିଲେ ଯେ ନିଜ ଦୁଇ ଭଇଣୀ ରେହା ଓ ଅଂଶୁଲାଙ୍କ ବିବାହ ପରେ ସେ ବିବାହ କରିବେ। ଅନ୍ୟପକ୍ଷରେ ମଲାଇକାଙ୍କୁ ବାଏ ବାଏ କରିବା ପରେ ଅର୍ବାଜ୍ ଏବେ ଗର୍ଲଫ୍ରେଣ୍ଡ୍ ତଥା ଇଟାଲିୟନ୍ ମଡେଲ୍ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ଡେଟ୍ କରୁଛନ୍ତି।
from Odisha Reporter https://ift.tt/2OX6Usg
No comments:
Post a Comment