ଓଡ଼ିଶାର ଆବେଦନ ଖାରଜ, ସୁପ୍ରିମକୋର୍ଟଙ୍କ ପ୍ରଶ୍ନ କେବେ ଗଠନ କରିବ ଲୋକାୟୁକ୍ତ, ତାରିଖ ଜଣାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଓଡ଼ିଶାର ଆବେଦନ ଖାରଜ, ସୁପ୍ରିମକୋର୍ଟଙ୍କ ପ୍ରଶ୍ନ କେବେ ଗଠନ କରିବ ଲୋକାୟୁକ୍ତ, ତାରିଖ ଜଣାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ପାଇଁ ଅଧିକ ୩ମାସ ସମୟ ଦେବାକୁ ଓଡ଼ିଶା ସରକାରଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିବା ସହ ନିର୍ଦ୍ଦିଷ୍ଟ ଭାବେ ତାରିଖ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟରେ ତୁରନ୍ତ ଲୋକାୟୁକ୍ତ ନିଯୁକ୍ତି ଦେବା ବଦଳରେ ସୁପ୍ରିମକୋର୍ଟରେ ଅଧିକ ସମୟ ପାଇଁ ଆବେଦନ କରିବାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ସମାଲୋଚନା କରିଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିବା ସହ କେବେସୁଦ୍ଧା ଲୋକପାଳ ନିଯୁକ୍ତି ଦେବେ, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକପାଳ ନିଯୁକ୍ତି ପ୍ରସଙ୍ଗରେ ସ୍ଥିତାବସ୍ଥାକୁ ନେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ସହ ଅଧିକ ୩ମାସ ସମୟ ଦେବା ପାଇଁ ଅନୁରୋଧ କରିଥିଲେ। ଯାହାପରେ ସୁପ୍ରିମକୋର୍ଟ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଲୋକାୟୁକ୍ତ ନିଯୁକ୍ତିକୁ ନେଇ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଜୁଲାଇ ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ଦେବା ସହ ସ୍ଥିତାବସ୍ଥା ରିପୋର୍ଟ ଦାଖଲ ପାଇଁ ଓଡ଼ିଶା ସରକାରଙ୍କୁ ଏପ୍ରିଲ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜୁଲାଇ ୧୦ ତାରିଖ ମଧ୍ୟରେ ଲୋକପାଳ ନିଯୁକ୍ତି ଦେବା ପରିବର୍ତ୍ତେ ରାଜ୍ୟ ସରକାର କେବଳ ଲୋକପାଳ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ‘ଚୟନ କମିଟି’ ପାଇଁ ବିଜ୍ଞପ୍ତି ଜାରି କରି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ଅକ୍ଟୋବର ୧୦ତାରିଖ ସୁଦ୍ଧା ଲୋକପାଳ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ପୁଣିଥରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମାତ୍ର ଏହି ଅବଧି ଶେଷ ହେବାର ୪ଦିନ ପୂର୍ବରୁ ଅକ୍ଟୋବର ୬ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାୟୁକ୍ତ ନିଯୁକ୍ତି କମିଟି ବୈଠକରେ ପଞ୍ଚମ ସଦସ୍ୟଙ୍କୁ ଚୟନ ଉପରେ ମୋହର ବାଜିଥିଲା ।

ତେବେ ଆଜି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ତାମିଲନାଡୁ ସରକାର ୨୦୧୯ ଫେବୃୟାରୀ ମାସ ଶେଷସୁଦ୍ଧା, ପଶ୍ଚିମବଙ୍ଗ ସରକାର ୨୦୧୯ ଜାନୁୟାରୀ ୧ ତାରିଖ ଓ ତେଲେଙ୍ଗାନା ସରକାର ରାଜ୍ୟରେ ନୂଆ ସରକାର ଗଠନର ୩ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ଦେବେ ବୋଲି କୋର୍ଟଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି ।

ଅପରପକ୍ଷରେ ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ସୁପ୍ରିିମକୋର୍ଟ ଦେଇଥିବା ସମୟସୀମା ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି ।ବିଜେପି ଆଶଙ୍କା କରୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀ ନିଜେ ବହୁ ଦୁର୍ନୀତି ଭିତରେ ବାନ୍ଧି ହୋଇ ରହିଥିବାରୁ ଲୋକାୟୁକ୍ତ ନିଯୁକ୍ତି ହେଲେ କାଳେ ତାଙ୍କୁ ଅସୁବିଧା ହେବ, ସେଥିପାଇଁ ନିର୍ବାଚନ ପର୍ଯ୍ୟନ୍ତ ଠେଲିଠେଲି ନେବା ନିମନ୍ତେ ତଞ୍ଚକତା କରୁଥିଲେ,ଯାହାକୁ ଆଜି ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି । ତେଣୁ ରାଜ୍ୟ ସରକାର ଆଉ ବାହାନା ନକରି ତୁରନ୍ତ ଲୋକାୟୁକ୍ତ ଗଠନ କରିବେ ବୋଲି ବିଜେପି ଆଶା କରୁଛି ।

ସୂଚନାଯୋଗ୍ୟ, ୨୦୧୪ ଫେବୃୟାରୀ ୧୪ତାରିଖରେ ଓଡ଼ିଶା ବିଧାନସଭା ଲୋକାୟୁକ୍ତ ବିଲ୍ ଗୃହୀତ କରିଥିଲା ।



from Odisha Reporter https://ift.tt/2CBl62B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages