ଭାରତକୁ କାହିଁକି ଯୁବାଦେଶ ବୋଲି କୁହାଯାଏ, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଭାରତକୁ କାହିଁକି ଯୁବାଦେଶ ବୋଲି କୁହାଯାଏ, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ସମଗ୍ର ବିଶ୍ୱରେ ଥିବା ପ୍ରାଚୀନ ଦେଶ ମଧ୍ୟରୁ ଭାରତ ହେଉଛି ଭାରତ ଅନ୍ୟତମ। ବହୁ ଭାଷାଭାଷି, ସଂସ୍କୃତି, ଧର୍ମ ଓ ପରମ୍ପରାର ସମ୍ମିଶ୍ରଣ ହେଉଛି ଭାରତ। ବିଭିଧତାର ଦେଶ କୁହାଯାଉଥିବା ଏହି ଭାରତକୁ ଦେବ ଭୂମି ବୋଲି କୁହାଯାଏ। ଭୌଗୋଳିକ ଆୟତନ ଅନୁସାରେ ବିଶ୍ଵର ସପ୍ତମ ଏବଂ ଜନସଂଖ୍ୟା ଅନୁସାରେ ଏହା ବିଶ୍ଵର ଦ୍ଵିତୀୟ ବୃହତ୍ତମ ଦେଶ ଅଟେ । ସେହିପରି ବିଶ୍ଵର ବୃହତ୍ତମ ଗଣତନ୍ତ୍ର ରୂପରେ ପରିଚିତ । ତେବେ ଭାରତକୁ ନେଇ ଆଜି ଆମେ କିଛି ରୋଚକପୂର୍ଣ୍ଣ ତଥ୍ୟ କହିବୁ , ଯାହା ଆପଣ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।

୧-ଭାରତ ଯାହାକୁ ଇଂରାଜୀରେ ଇଣ୍ଡିଆ ବୋଲି କୁହାଯାଉଛି। ଇଣ୍ଡିଆ ଶବ୍ଦ ଇଣ୍ଡସ୍‌ ଶବ୍ଦରୁ ଆସିଛି। ଇଣ୍ଡସ୍‌ ହେଉଛି ଏକ ନଦୀ ଯାହା ଭାରତର ଉତ୍ତର ସୀମାଅରେ ପ୍ରବାହିତ।

୨-ହିନ୍ଦୀ ପରେ ଭାରତର ଇଂରାଜୀ କହୁଥବା ଲୋକଙ୍କ ସଂଖ୍ୟା ଅଧିକ। ଭାରତ ହେଉଛି ବିଶ୍ୱର ୨୪ତମ ଦେଶ ଯେଉଁଠି ଅଧିକ ଇଂରାଜୀ ଭାଷା କୁହାଯାଇଥା,।

୩-ବାରଣାସି ହେଉଛି ଭାରତର ସବୁଠାରୁ ପୁରାତନ ସହର

୪-ଭାରତର ୫୦ ପ୍ରତିଶତରୁ ଅଧିକ ଲୋକ ୨୫ ବର୍ଷରୁ କମ୍‌ ଏବଂ ୬୫ ପ୍ରତିଶତ ଲୋକେ ୩୫ ବର୍ଷରୁ କମ୍‌। ତେଣୁ ଭାରତକୁ ଅନ୍ୟ ଦେଶ ତୁଳନାରେ ଯୁବାଦେଶ ବୋଲି କୁହାଯାଏ।

୫-ବିଶ୍ୱର ସବୁଠୁ ବଡ଼ ଫିଲ୍ମ  ଇଣ୍ଡଷ୍ଟ୍ରି ଭାରତରେ ରହିଛି। ସବୁଠୁ ବେଶୀ ଫିଲ୍ମ ବଲିଉଡ୍‌ରେ ତିଆରି ହୁଏ।

୬-ଭାରତର ଲାଲ ରଙ୍ଗକୁ ଶୁଭ ବୋଲି ଧରାଯାଏ। ତେଣୁ କୌଣସି ଶୁଭ ମୂହୁର୍ତ୍ତ ହେଉ କିମ୍ବା ବିବାହ ଉତ୍ସବ ହେଉ ଲାଲ ରଙ୍ଗର ପୋଷାକ ପରିଧାନ କରାଯାଇଥାଏ।

୭-ଭାରତର ମେଘାଳୟ ହେଉଛି ଏମିତି ରାଜ୍ୟ ଯେଉଁଠି ସର୍ବାଧିକ ପରିମାଣର ବର୍ଷା ହୋଇଥାଏ। ଏଠାରେ ବର୍ଷସାରା ୪୬୭ ଇଞ୍ଚର ବର୍ଷା ହୋଇଥାଏ। ମେଘାଳୟର ଅର୍ଥ ମେଘର ପୃଥିବୀ

୮-୧୮ଶହ ଶତାବ୍ଦୀ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଧନି ଦେଶ ଥିଲା।

୯-ବିଶ୍ୱର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାରତର ସିଆଚେନ୍‌ରେ ରହିଛି।



from Odisha Reporter https://ift.tt/2AoYcdf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages