ଟିକେ ଚା’ କରିବାକୁ କହିବା ପରେ ଏମିତି କହିଲେ ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ଟିକେ ଚା’ କରିବାକୁ କହିବା ପରେ ଏମିତି କହିଲେ ସ୍ତ୍ରୀ

ସ୍ୱାମୀ-ସ୍ତ୍ରୀ କଳି

ସ୍ୱାମୀ: ଦିନରାତି ଖାଲି ଶୋଉଛ, କେତେବେଳେ ଟିକେ ଘରର କାମ ହେଲେ କର।
ସ୍ତ୍ରୀ: ତମକୁ ମୋ ଶୋଇବାଟା ଖାଲି ଦିଶୁଛି। ଘରର କାମ କିଏ କରୁଛି, ମୁଁ ନା ତମେ?
ସ୍ୱାମୀ: ଉଠ ଉଠ ମୋ ପାଇଁ ଟିକେ ଚା କରିକି ଆଣ। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ଉଠି ପାରିବିନି, ନିଜେ କରିକି ପିଇ ଦିଅ।
ସ୍ୱାମୀ: ମୁଁ କରି ପାରିବିନି। ମୋ ମୁଣ୍ଡ ବିନ୍ଧୁଛି।
ସ୍ତ୍ରୀ: ମୁଁ ବି ଯାଇ ପାରିବିନି, ମୋ ତଣ୍ଟି ବିନ୍ଧୁଛି।
ସ୍ୱାମୀ (ରାଗିଯାଇ): ତେବେ ମୋ ପାଖକୁ ଆସ।
ସ୍ତ୍ରୀ: କାହିଁକି?
ସ୍ୱାମୀ: ତମେ ମୋ ମୁଣ୍ଡ ଚିପି ଦଲ, ମୁଁ ତମ ତଣ୍ଟି ଚିପିଦେବି।

ଶୁଭ-ଅଶୁଭ

ସ୍ୱାମୀ କୌଣସି କାମରେ ଘରୁ ବାହାରିଲେ। ପତ୍ନୀ ଠାକୁର ପୂଜା କରୁଥିଲେ।
କହିଲେ- ଘରୁ ବାହାରିଲା ବେଳେ ଟିକେ ଠାକୁରଙ୍କୁ ଜୁହାର ହେଇ ଯାଅ। ସବୁକିଛି ଶୁଭଫଳ ମିଳିବ।
ଏହା ଶୁଣି ସ୍ୱାମୀ କହିଲେ- ମୁଁ ସେ ସବୁରେ ବିଶ୍ୱାସ କରେନି।
ପତ୍ନୀ କହିଲେ- କାହିଁକି?
ସ୍ୱାମୀ କହିଲେ- ବାହା ହେବାକୁ ଯିବା ଦିନ ବି ସେମିତି ଠାକୁରଙ୍କୁ ଜୁହାର ହେଇ ଯାଇଥିଲି।

କାମବାଲୀ

ଟୁନା ତା ବାଥ୍‌ରୁମ୍‌ ଭିତରେ ପଶି ଡ୍ରେସ୍ ସଫା କରୁଥିଲା। ଏହି ସମୟରେ ତା ସାଙ୍ଗ ବୁନା ଘରକୁ ପଶି ଆସି ତାକୁ ଡାକିଲା ଓ ଦେଖିଲା ଟୁନା ବାଥ୍‌ରୁମ୍ ଭିତରେ ଡ୍ରେସ୍ ସଫାରେ ମାତିଛି।
ତ ବୁନା କହିଲା- ଆରେ ଟୁନା, ତୁ ପରା ଘର କାମ କରିବାକୁ ଜଣେ କାମବାଲୀ ଝିଅ ରଖିଥିଲୁ।
ଟୁନା କହିଲା- ହଁ ରଖିଥିଲି ଯେ…
ବୁନା କହିଲା- ପୁଣି ଯେ କ’ଣ?
ତ ଟୁନା କହିଲା- ତାକୁ ମୁଁ ଗତ ସପ୍ତାହରେ ବାହା ହେଇ ପଡ଼ିଲି…



from Odisha Reporter https://ift.tt/2RbpBoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages