
ନୂଆଦିଲ୍ଲୀ: ବିଶ୍ୱର ଏକମାତ୍ର ଖେଳାଳି ଭାବେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ର ଦୁଇଟି ପାଳିରେ ଯଥାକ୍ରମେ ୯୯ ଓ ୧୦୦ ରନ୍ କରିବାର ରେକର୍ଡ କରିଛନ୍ତି ଜଣେ ମହାନ୍ କ୍ରିକେଟର୍।
ଏହି କ୍ରିକେଟ୍ ମହାରଥୀ ହେଉଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜେଫ୍ରି ବୟକଟ୍। ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଏଯାଏ ଖେଳା ଯାଇଥିବା ୨,୩୨୨ଟି ଟେଷ୍ଟ୍ ମ୍ୟାଚ୍ରେ ଏପରି ରେକର୍ଡ ବିରଳ।
୧୯୭୪ ମସିହାରେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ରେ ବୟକଟ୍ ପ୍ରଥମ ଇନିଂସରେ ୯୯ ରନ୍(୩୪୦ ବଲ୍)ର ପାଳି ଖେଳିଥିବାବେଳେ ଦ୍ୱିତୀୟ ଇନିଂସ୍ରେ ୩୮୫ ବଲ୍ରୁ ୧୧୨ ରନ୍ର ଆକର୍ଷଣୀୟ ଇନିଂସ ଖେଳିଥିଲେ। ବୟକଟ୍ଙ୍କ ଏହି ରେକର୍ଡ ଆଜିଯାଏ ଅତୁଟ ରହିଛି।
ରବିବାର ୭୮ ବର୍ଷରେ ପଦାର୍ପଣ କରିଥିବା ଏହି ମହାନ୍ ଇଂଲିଶ୍ କ୍ରିକେଟର୍ ତଥା ଏବର ଭାଷ୍ୟକାର ବୟକଟ୍ ତାଙ୍କ କ୍ୟାରିଅର୍ରେ ସମୁଦାୟ ୨୨ଟି ଟେଷ୍ଟ୍ ଶତକ ହାସଲ କରିଛନ୍ତି।
from Odisha Reporter https://ift.tt/2R7tknn
No comments:
Post a Comment