
ନୂଆଦିଲ୍ଲୀ: ନୋକିଆ ୫.୧ ପ୍ଲସ୍ ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ଆଜିଠାରୁ ପ୍ରବେଶ କରିଛି। ଏହାର ପ୍ରଥମ ଅନ୍ଲାଇନ୍ ସେଲ୍ ଫ୍ଲିପ୍କାର୍ଟ ଏବଂ ନୋକିଆ ଅନ୍ଲାଇନ୍ ଷ୍ଟୋର୍ରେ ଦିନ ୧୨ରୁ ଆରମ୍ଭ ହୋଇଛି। ଏହି ଫୋନ୍ର ସେଲ୍ ପାଇଁ ବିଶେଷ ଅଫର୍ ଦିଆଯାଇଛି।
ଅଫର୍ ପ୍ରାଇସ୍:
ଯେଉଁ ଗ୍ରାହକମାନେ ଏହାକୁ ଫ୍ଲିପ୍କାର୍ଟରେ କିଣିବେ, ସେମାନେ ୨୨୦୦ ଟଙ୍କାର ରିହାତିରେ ଏହି ସ୍ମାର୍ଟଫୋନ୍ ପାଇବେ। ଫ୍ଲିପ୍କାର୍ଟରେ ଏହାର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି।
ଅନ୍ୟାନ୍ୟ ଅଫର୍ରେ, ଯଦି କୌଣସି ଗ୍ରାହକ ଆକ୍ସିସ୍ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରେ ଏହି ଫୋନ୍ କିଣିବାକୁ ଚାହିଁବେ,ତେବେ ତାଙ୍କୁ ୧୦ ପ୍ରତିଶତ ଡିସ୍କାଉଣ୍ଟ୍ ମିଳିବ। ଏହା ସହିତ ପାର୍ଟନର୍ ଅଫର୍ରେ ଏୟାର୍ଟେଲ୍ ୧୮୦୦ ଟଙ୍କାର କ୍ୟାଶ୍ବ୍ୟାକ୍ ଏବଂ ୨୪୦ ଜିବି ଡାଟା ମାଗଣାରେ ଦେବ । ଏହି ଅଫର୍ ପାଇବା ପାଇଁ ଆପଣଙ୍କ ଏୟାର୍ଟେଲ୍ ସିମ୍ରେ ପ୍ରଥମେ ୧୯୯ ଟଙ୍କା ଏବଂ ପରେ ୨୪୯ ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ।
ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍କୁ ଡେବିଟ୍ କାର୍ଡରେ ଆପଣ ୯୯୮ ଟଙ୍କା EMIରେ କିଣି ପାରିବେ।
ରହିଛି ଏହି ସବୁ ଫିଚର୍:
ଏହି ସ୍ମାର୍ଟ ଫୋନ୍ରେ ୫.୮ ଇଞ୍ଚ୍ ଏଚ୍ଡି(୭୨୦x୧୫୨୦ ପିକ୍ସେଲ୍)ର ଡିସ୍ପ୍ଲେ ରହିଛି। ଏହାର ଡିସ୍ପ୍ଲେ ଦେଖିବାକୁ iPhone ପରି। ଏଥିରେ ୨.୫Dର ଗରିଲା ଗ୍ଲାସ୍ ପ୍ରୋଟେକସନ୍ ମଧ୍ୟ ରହିଛି। ଏହି ସ୍ମାର୍ଟଫୋନ୍ରେ ମିଡିଆଟେକ୍ ହିଲିଓ P60 soc ପ୍ରୋସେସର୍ ଏବଂ ୩ ଜିବି ରାମ୍ ରହିଛି। ଇଣ୍ଟର୍ନାଲ୍ ମେମୋରୀ ୩୨ଜିବି ସହ ଆବଶ୍ୟକ ପଡ଼ିଲେ ମାଇକ୍ରୋଏସ୍ଡି କାର୍ଡରେ ଏହାକୁ ୪୦୦ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଏହି ସ୍ମାର୍ଟଫୋନ୍ର କ୍ୟାମେରାରେ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ ରହିଛି। ବ୍ୟାକ୍ କ୍ୟାମେରା ୧୩ ମେଗା ପିକ୍ସଲ୍ ରହିଥିବା ବେଳେ ଫ୍ରଣ୍ଟ୍ କ୍ୟାମେରା ୫ ମେଗା ପିକ୍ସଲ୍ ରହିଛି। ଏହା ସହ ଫ୍ରଣ୍ଟ୍ ପ୍ୟାନେଲ୍ରେ ୮ ମେଗା ପିକ୍ସଲ୍ର କ୍ୟାମେରା ରହିଛି। ସ୍ମାର୍ଟଫୋନ୍ର ବ୍ୟାଟେରୀ ୩୦୬୦ ଏମ୍ଏଏଚ୍ର ରହିଛି।
from Odisha Reporter https://ift.tt/2NdP8eG
No comments:
Post a Comment