
ଷ୍ଟକ୍ହୋମ୍ (ଓଡ଼ିଶା ରିପୋର୍ଟର)- ’ଭେଷଜ/ଫିଜିଓଲୋଜି’ରେ ନୋବେଲ ପୁରସ୍କାର ଘୋଷଣା ସହିତ ଚଳିତ ବର୍ଷର ନୋବେଲ ଋତୁ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ କ୍ୟାନ୍ସର୍ ଚିକତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଜେମ୍ସ ପି ଆଲିସନ୍ ଏବଂ ଜାପାନ୍ର ଟାସୁକୁ ହୋଞ୍ଜୋ ଯୋଡ଼ିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ଏହି ଦୁଇଜଣଙ୍କ ଗବେଷଣା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କ୍ୟାନ୍ସର୍ ବିରୋଧରେ ଲଢ଼ାଇବା ସମ୍ଭବପର ହୋଇପାରୁଛି। ୨୦୧୮ ମସିହା ପାଇଁ ଏହି ପୁରସ୍କାର ଘୋଷଣା କରିବା ଅବସରରେ କର୍ତ୍ତୃପକ୍ଷ କହିଛନ୍ତି, ଉଭୟଙ୍କ ଅବଦାନ କ୍ୟାନ୍ସର ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ଏକ ଯୁଗାନ୍ତକାରୀ ଭୂମିକା ନେଇଛି।
ଜାପାନ୍ର କ୍ୟୋଟୋ ସହର ଜନ୍ମିତ ଟାସୁକୁ ୧୯୮୪ ମସିହାରୁ କ୍ୟୋଟୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଅନ୍ୟପକ୍ଷରେ ଜେମ୍ସ ଟେକ୍ସାସ୍ର ଏମ୍ଡି ଆଣ୍ଡରସନ୍ କ୍ୟାନ୍ସର୍ ସେଣ୍ଟର୍ରେ କାର୍ଯ୍ୟରତ।
ଏବର୍ଷ ମିଳିବନି ସାହିତ୍ୟ ନୋବେଲ୍
ଏଥର କିନ୍ତୁ ପ୍ରତ୍ୟେକ ବର୍ଷ ଚର୍ଚ୍ଚାରେ ରହୁଥିବା ସାହିତ୍ୟ ନୋବେଲ୍ ପୁରସ୍କାର ବାଦ୍ ପଡ଼ିଛି। ଗତ ବର୍ଷର me too ରେପ୍ ସ୍କାଣ୍ଡାଲ୍ ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାହିତ୍ୟରେ ନୋବେଲ୍ ଘୋଷଣା କରୁଥିବା ସ୍ୱେଡିସ୍ ଏକାଡେମୀ ସହିତ ଜଡ଼ିତ ଦୁଷ୍କର୍ମ ଅଭିଯୁକ୍ତ ଜୀନ୍ କ୍ଲାଉଡ୍ ଆର୍ଣ୍ଣଲ୍ଟଙ୍କ ବିଷୟରେ ଷ୍ଟକ୍ହମ୍ କୋର୍ଟ ଶୁଣାଣି ସମୟରେ ହିଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜମିବାରେ ଲାଗିଛି।
from Odisha Reporter https://ift.tt/2NcW77t
No comments:
Post a Comment