
ମସ୍କାଟ: ୫ମ ଏସିଆନ୍ ଚାମ୍ପିୟନଶିପ୍ରେ ଭାରତ ଓ ପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି।
ଗତକାଲି ଫାଇନାଲ୍ ମ୍ୟାଚ୍ ଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍ ଖେଳା ଯାଇପାରି ନଥିଲା। ଫଳରେ ଦୁଇ ଟିମ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।
ଗତକାଲି ଭାରତୀୟ ସମୟ ରାତି ୧୦ଟା ୪୦ ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ହେଲେ ସନ୍ଧ୍ୟାରୁ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ପରେ ବର୍ଷା କମିବା ସହ ଆକାଶ ସଫା ହୋଇଯାଇଥିଲା। ତେବେ ବର୍ଷାର ପ୍ରଭାବରେ ପଡ଼ିଆ ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ଫଳରେ ମ୍ୟାଚ୍ ଖେଳିବା ସମ୍ଭବ ହୋଇନଥିଲା।
ଉଭୟ ଦଳର କୋଚ୍ଙ୍କ ସହ ଆଲୋଚନା ପରେ ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ମ୍ୟାଚ୍କୁ ବାତିଲ କରିବା ସହ ଦୁଇ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରିଥିଲେ।
ଅପରାଜୟ ଟିମ୍ ଭାବେ ୧୩ ପଏଣ୍ଟ ସହ ଶୀର୍ଷରେ ରହି ଭାରତ ଏହି ଚାମ୍ପିୟନଶିପ୍ ଶେଷ କରିଛି। ମୋଟ ୫ଟି ମ୍ୟାଚ୍ରୁ ୪ଟି ବିଜୟ ଓ ଗୋଟିଏ ଡ୍ର ସହ ଭାରତ ତା’ର ଅଭିଯାନ ଶେଷ କରିଛି।
ସେହିପରି ପାକିସ୍ତାନ ୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା।
ପୂର୍ବରୁ ଭାରତ ଓ ପାକିସ୍ତାନ ଦୁଇଥର ଲେଖାଏ ଏହି ଚାମ୍ପିୟନଶିପ୍ରେ ବିଜେତା ହୋଇଥିଲେ। ୨୦୧୧ ଓ ୨୦୧୬ରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ୨୦୧୨ ଓ ୨୦୧୩ରେ ବାଜି ମାରି ନେଇଥିଲା ପାକିସ୍ତାନ।
from Odisha Reporter https://ift.tt/2qnKcLj
No comments:
Post a Comment