
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ପଲିଥିନ ବ୍ୟାନ୍ ହେବ। ଗାନ୍ଧୀ ଜୟନ୍ତୀରୁ ପଲିଥିନ ବ୍ୟାନ ଘୋଷଣା ହୋଇଥିବାବେଳେ ଆଜି ସରିଛି ଡେଡ୍ଲାଇନ୍। ଆସନ୍ତାକାଲିଠାରୁ କଡାକଡି ଲାଗୁ ହେବ ନିୟମ। ପୁରୀ ସହ ୫ଟି ମହାନଗର ନିଗମରେ କଡ଼ାକଡ଼ି ପାଳନ କରାଯିବ। ଆଇନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ହୋଇଛି।
ପଲିଥିନ୍ ଷ୍ଟକ୍ ରଖିଥିଲେ କିମ୍ବା ଇଣ୍ଡଷ୍ଟ୍ରି କରିଥିଲେ ଜବତ କରାଯିବ। ଦୋକାନରେ ବିକ୍ରି କଲେ ୩ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ପଲିଥିନର ବିକଳ୍ପ ଭାବେ କାଗଜ ଓ କପଡ଼ା ବ୍ୟାଗ କରାଯାଉଥିବା କହିଛନ୍ତି ପରିବେଶ ନିର୍ଦ୍ଦେଶକ କେ ମୁରୁଗେସନ। ଘୋଷଣା ପରଠାରୁ ପ୍ରାୟ ୫୦ ପ୍ରତିଶତ ପଲିଥିନ ବ୍ୟବହାର କମିଛି ବୋଲି ସେ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2yLfzUm
No comments:
Post a Comment