‘ସକାଳେ କଥା ହୋଇଥିଲେ, ପରେ ଫୋନ୍‌ କରିବେ ବୋଲି କହିଥିଲେ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

‘ସକାଳେ କଥା ହୋଇଥିଲେ, ପରେ ଫୋନ୍‌ କରିବେ ବୋଲି କହିଥିଲେ…’

ବଲାଙ୍ଗିର (ସସ୍ମିତା ସାହୁ): ସହିଦ୍‌ ହେବା ପୂର୍ବରୁ ଦୂରଦର୍ଶନ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ପତ୍ନୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କହିଥିଲେ, ଡ୍ୟୁଟିରେ ଯାଉଛି ଫେରିଲେ କଥା ହେବି। ହେଲେ ଫେରିପାରିଲେ ନାହିଁ କି ପତ୍ନୀଙ୍କୁ ଫୋନ୍‌ କରିପାରିଲେ ନାହିଁ। ଛତିଶଗଡ଼ରେ ସେହି କଂକ୍ରିଟ୍‌ରେ ରାସ୍ତାରେ ମୃତ୍ୟୁ ଦାନବଙ୍କ ଗୁଳିରେ ସହିଦ ହୋଇଗଲେ ଓଡ଼ିଆ ପୁଅ ଅଚ୍ୟୁତାନନ୍ଦ। କଥା ହେବେ ବୋଲି ପତ୍ନୀଙ୍କୁ କହି ସବୁଦିନ ପାଇଁ ଆଖି ବୁଜିଦେଲେ। ସ୍ୱାମୀ ସହିଦ୍‌ ହୋଇଥିବା ଖବର ପାଇ ପରିବାର ପରିଜନ ଓ ପତ୍ନୀ ଖୁବ୍ ମର୍ମାହତ ହୋଇଛନ୍ତି। ନିଜକୁ ସମ୍ଭାଳିପାରୁ ନାହାନ୍ତିଁ। ଏବେବି ପତ୍ନୀ ଓ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ।

ଜଣେ ସାହସୀ, କର୍ମନିଷ୍ଠ ଓ ନିଷ୍ଠାପର ବ୍ୟକ୍ତିଙ୍କର ଜୀବନ ନାଟିକା ଏମିତି ଅନ୍ତଃ ହେବ ବୋଲି ସାଙ୍ଗସାଥୀ ବିଶ୍ୱାସ କରିପାରୁ ନାହାନ୍ତି। ସେମାନେ ଭାବୁଛନ୍ତି, ଏବେବି ଅଚ୍ୟୁତ ଆମ ପାଖରେ ଅଛି। ଅଚ୍ୟୁତ ଆସିଛି ବୋଲି ଜାଣି ସେମାନେ ବଲାଙ୍ଗିରି ଜିଲ୍ଲାର ଘୁଷୁରାମୁଣ୍ଡା ଗାଁ ମୁଣ୍ଡକୁ ଧାଇଁ ଯାଇଥିଲେ। ମାତ୍ର ଆସିଥିଲା ତ୍ରିରଙ୍ଗାରେ ଘୋଡ଼ା ହୋଇଥିବା ତାଙ୍କ ମରଶରୀର।

ଆଜି ମଧ୍ୟାହ୍ନରେ ମରଶରୀର ଜନ୍ମମାଟି ଘୁଷୁରାମୁଣ୍ଡାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁବାନ୍ଧବ ସମେତ ଅଞ୍ଚଳର ବହୁ ବ୍ୟକ୍ତି ଗାଁରେ ପହଞ୍ଚି ଅଚ୍ୟୁତାନନ୍ଦଙ୍କ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ଏହି ଅବସରରେ ବଲାଙ୍ଗିର ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍‌ ଦିଆଯାଇଥିଲା।

ଦିଲ୍ଲୀରେ ଡିଡି ନ୍ୟୁଜ୍‌ର କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରୁଥିବା ବେଳେ ଗତକାଲି ଛତିଶଗଡ଼ ଦନ୍ତେଓ୍ୱାଡ଼ା ଅରନ୍‌ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହିତ ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ସହିଦ ହୋଇଛନ୍ତି।

ଅଚ୍ୟୁତ ଆଗରୁ ସେନାରେ କାମ କରୁଥିଲେ। ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠ ପଢ଼ିଥିଲେ। ତା’ପରେ ସେ ୨୦୧୩ରୁ ନୂଆଦିଲ୍ଲୀରେ ଦୂରଦର୍ଶନ କ୍ୟାମେରାମ୍ୟାନ ଭାବେ କାମ କରୁଥିଲେ।



from Odisha Reporter https://ift.tt/2CTBETR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages