ତନୁଶ୍ରୀଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ, କିଏ କାର୍‌ କାଚ ଭାଙ୍ଗୁଛି ତ’ ଆଉ କିଏ ଲିକ୍‌ କରୁଛି , ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ତନୁଶ୍ରୀଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ, କିଏ କାର୍‌ କାଚ ଭାଙ୍ଗୁଛି ତ’ ଆଉ କିଏ ଲିକ୍‌ କରୁଛି , ଦେଖନ୍ତୁ ଭିଡିଓ

ମୁମ୍ବାଇ: ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ତନୁଶ୍ରୀ ଦତ୍ତଙ୍କର ୧୦ ବର୍ଷ ପୁରୁଣା ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଯେଉଁ ଭିଡିଓରେ ତାଙ୍କ କାର ଉପରକୁ ଆକ୍ରମଣ କରାଯାଉଥିବା ଦେଖାଯାଉଛି। ୧୦ ବର୍ଷର ପରୁଣା ଏହି ଭିଡିଓ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସୁଟିଂ ସେଟର ବୋଲି କୁହାଯାଉଛି। ଯାହାକୁ ନେଇ ଗୋଟିଏ ସପ୍ତାହ ପୂର୍ବରୁ ତନୁଶ୍ରୀ ଖୁଲାସା କରିଥିଲେ। ନିକଟରେ ତନୁଶ୍ରୀ ବଲିଉଡ୍‌ର ଖ୍ୟାତନାମା ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

ତନୁଶ୍ରୀ କହିଥିଲେ ଯେ, ଯେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ସୁଟିଂ ଚାଲୁଥିଲା ନାନାପାଟେକରଙ୍କ ଆଚରଣରେ ସେ ଅତିଷ୍ଠ ହୋଇ ଫିଲ୍ମକୁ ଅଧାରୁ ଛାଡ଼ିଥିଲେ।

ସେତେବେଳେ ନାନାପାଟେକର ଗୁଣ୍ଡା ପଠାଇ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଛି ଯେ, ଉକ୍ତ କାର୍‌ରରେ ତନୁଶ୍ରୀ ପଛ ସିଟ୍‌ରେ ବସି କାହା ସହିତ ଫୋନ୍‌ରେ କଥା ହେଉଛନ୍ତି। ଏହି ସମୟରେ ତାଙ୍କ କାରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟତୀତ ଆଉ କେତେ ଜଣ ଘେରି ରହିଛନ୍ତି। କେତେକ ପାଟିତୁଣ୍ଡ କରି ତାଙ୍କ କାରକୁ ଭଙ୍ଗାରୁଜା କରୁଥିବା ସହ ଆଉ କେତେ ଜଣ ତାଙ୍କ କାର ଚକାର ପମ୍ପ ଖୋଲୁଛନ୍ତି। ତେବେ କିଛି ସମୟ ପରେ ପୁଲିସ ଆସି ତନୁଶ୍ରୀଙ୍କୁ କାର ଭିତରୁ ବାହାର କରି ସୁରକ୍ଷିତଭାବେ ନେଇଯାଉଛି।

ଏହି ଘଟଣାରେ ତନୁଶ୍ରୀ କହିଛନ୍ତି ଯେ ମତେ ଡରାଇବା ପାଇଁ ମୋ କାର ଉପରକୁ ଆକ୍ରମଣ କରାଯାଇଥିଲା। ଏମିତି କାରନାମା ଦୀର୍ଘ ସମୟ ଧରି ଚାଲିଥିଲା। ନାନା ପାଟେକରଙ୍କ ଇସାରାରେ ରାଜନୀତିକ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି।



from Odisha Reporter https://ift.tt/2ReUv04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages