
ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ବଲିଉଡ୍ ଅଭିନେତା ସରମନ୍ ଯୋଶୀ। ଆଗକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘କାଶୀ ଇନ୍ ସର୍ଚ ଅଫ୍ ଗଙ୍ଗା’। ନିକଟରେ ଏହି ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି। ଯେଉଁଥିରେ ସରମନ୍ଙ୍କୁ ଏକ ଦମ୍ଦାର୍ ଭୂମିକର ଦେଖିବାକୁ ମିଳିଛି। ଫିଲ୍ମରେ ସରମନ୍ ‘କାଶୀ’ ଭୂମିକାରେ ନଜର ଆସିବେ। ଜଣେ ଭାଇ କେମିତି ତାର ହଜିଯାଇଥିବା ଭଉଣୀକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।
‘ଗଡ୍ମଦର’ ଠୁ ଆରମ୍ଭ କରି ‘ଥ୍ରୀ ଇଡିଏଟ୍’ ପର୍ଯ୍ୟନ୍ତ ବଲିଉଡ୍ରେ ଅନେକ୍ ହିଟ୍ ଫିଲ୍ମ ଦେଇଛନ୍ତି ସରମନ୍। ନିକଟରେ ଓଡ଼ିଶା ରିପୋର୍ଟର ସହ ସାକ୍ଷାତକାରରେ ଅଭିନୟ ପ୍ରତି ଦୂର୍ବଳତା କଥା ସେ ବଖାଣିଥିଲେ।
କହିଥିଲେ- ‘ବାପା ଥିଲେ ଜଣେ ଗୁଜୁରାଟୀ ଥିଏଟର ଆର୍ଟିଷ୍ଟ । ପିଲାଦିନୁ ବାପାଙ୍କ ଅଭିନୟ ଦେଖି ମୋର ଅଭିନୟ ପ୍ରତି ଦୁର୍ବଳତା ଆସିଥିଲା। କିନ୍ତୁ ଫିଲ୍ମରେ କେବେ ସୁଯୋଗ ମିଳିବ ସେ ବିଷୟରେ କିଛି ଧାରଣା ନ ଥିଲା। ଧିରେ ଧିରେ ମୁଁ ଫିଲ୍ମରେ କାମ କରିବା ଆରମ୍ଭ କଲି। ‘ଗଡ୍ମଦର’ ଫିଲ୍ମରୁ ମୋର ସିନେମା ଯାତ୍ରା ଆରମ୍ଭ ହୋଇଥିଲା। ଏଣୁ ମୁଁ କହିପାରେ ବାପା ହିଁ ମୋର ପ୍ରେରଣାଦାତା।’
କେବଳ ହିନ୍ଦୀ ନୁହେଁ ଇଂଲିଶ, ମରାଠୀ ଏବଂ ଗୁଜୁରାଟୀ ଭାଷାରେ ମଧ୍ୟ ସରମନ୍ ଫିଲ୍ମ କରିଛନ୍ତି। କିନ୍ତୁ ବିଶେଷ କରି ତାଙ୍କୁ ହିନ୍ଦୀ ଫିଲ୍ମ ଲୋକପ୍ରିୟତା ଦେଇଛି। ତେବେ ଆଗକୁ ତାଙ୍କ ଫିଲ୍ମ ‘କାଶୀ, ଇନ୍ ସର୍ଚ ଅଫ୍ ଗଙ୍ଗା’ରେ ତାଙ୍କ ଚରିତ୍ରକୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା କ’ଣ କହୁଛନ୍ତି।
from Odisha Reporter https://ift.tt/2QmLmS2
No comments:
Post a Comment