ପୁଣି ଏକାଠି ନଜର ଆସିବେ କରିନା ଓ ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ପୁଣି ଏକାଠି ନଜର ଆସିବେ କରିନା ଓ ପ୍ରିୟଙ୍କା

ମୁମ୍ବାଇ:ଟିଭି ସିରିଏଲ କଫି ୱିଥ୍ କରନ୍‌ରେ ଏକାଠି ନଜର ଆସିପାରନ୍ତି ବଲିଉଡର ଦୁଇ ସଫଳ ନାୟିକା କରିନା କପୁର ଖାନ ଏବଂ ପ୍ରିୟଙ୍କା ଚୋପ୍ରା। ସିରିଜର ଷଷ୍ଠ ସଂସ୍କରଣରେ ଏହି ଦୁଇ ନାୟିକାଙ୍କୁ ଏକାଠି ଆଣିବା ପାଇଁ କରନ୍ ଆଲୋଚନା କରୁଛନ୍ତି।

ବଲିଉଡ୍‌ରେ ସବୁବେଳେ କରିନା ଓ ପ୍ରିୟଙ୍କାକୁ ନେଇ କିଛି ନା କିଛି ଗସିପ୍‌ ଲାଗି ରହିଥାଏ। କେବେ ଏମାନଙ୍କ ଦୋସ୍ତି ପାଇଁ ତ’ ପୁଣି  କେବେ ଏମାନଙ୍କ ଝଗଡ଼ାକୁ ନେଇ। ହେଲେ ଦୁହିଁଙ୍କୁ ଏକାଠି କରିବା ପାଇଁ ପ୍ରୟାସ୍‌ ଆରମ୍ଭ କରିଛନ୍ତି କରନ୍‌।

ଉଲ୍ଲେଖ ଯୋଗ୍ୟ ବଲିଉଡର ଚକଲେଟ୍‌ ବୟ ସାହିଦ୍‌ କପୁରଙ୍କୁ ନେଇ ଦୁଇ ନାୟିକାଙ୍କ ମଧ୍ୟରେ କ୍ୟାଟ୍‌ ଫାଇଟ୍‌ ଆରମ୍ଭ ହୋଇଥିଲା । ଏ କଥା ତ’ ସମସ୍ତେ ଜାଣିଥିବେ ଯେ, ସାହିଦ ଓ କରିନା ନିଜ ପ୍ରେମ କାହାଣୀକୁ ନେଇ କେତେ ଚର୍ଚ୍ଚାରେ ରହୁଥିଲେ।

ଏପରି କି ଦୁହେଁ ନିଜ ପ୍ରେମ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ୱୀକାର ମଧ୍ୟ କରୁଥିଲେ। ହେଲେ କିଛି ବର୍ଷ ରିଲେସନ୍‌ସିପ୍‌ରେ ରହିବା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ସାହିଦଙ୍କ ଲାଇଫ୍‌କୁ ଆସିଥିଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସାହିଦ୍‌ ଓ ପ୍ରିୟଙ୍କାଙ୍କ ସମ୍ପର୍କ ତ’ ବେଶୀ ଦିନ ରହିଲା ନାହିଁ, ହେଲେ ଦୁଇ ନାୟିକାଙ୍କ ମଧ୍ୟରେ ତିକ୍ତତା ରହିଗଲା। ତେବେ କରନ୍‌ ନିଜ ଶୋ’  ମାଧ୍ୟମରେ ଦୁହିଁଙ୍କ ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିବାକୁ ଭାବିଛନ୍ତି।

 

 



from Odisha Reporter https://ift.tt/2Sm581L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages