କୋହଲିଙ୍କ ନାମରେ ଚାଲାଣ କାଟିବନି ମୁମ୍ବାଇ ପୁଲିସ୍, ପଢ଼ନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

କୋହଲିଙ୍କ ନାମରେ ଚାଲାଣ କାଟିବନି ମୁମ୍ବାଇ ପୁଲିସ୍, ପଢ଼ନ୍ତୁ କାହିଁକି

ମୁମ୍ବାଇ: ବୁଧବାର ୱେଷ୍ଟଇଣ୍ଡିଜ୍‌ ସହିତ ଦ୍ୱିତୀୟ ଦିନିକିଆରେ ଧୂଆଁଧାର ଇନିଂସ ସହିତ ଏକାଥରେ ଅନେକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଏତିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ୧୦ ହଜାର ଦିନିକଆ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି। ଆଉ ଏହି ଇନିଂସ୍‌ର ତାଙ୍କର ୩୭ତମ ଶତକ ମଧ୍ୟ ବେଶ୍‌ ସ୍ମରଣୀୟ ହୋଇ ରହିବ। କିନ୍ତୁ ବିରାଟ ଏପରି ଇନିଂସ୍‌ ଖେଳିବା ପରେ ତାଙ୍କ ବିଷୟରେ ଅଭିନବ ଘୋଷଣା କରିଛି ମୁମ୍ବାଇ ପୁଲିସ୍‌। ଦ୍ରୁତଗତିରେ ଡ୍ରାଇଭିଂ ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଅଭିଯାନ ପାଇଁ ପ୍ରସିଦ୍ଧ ମୁମ୍ବାଇ ପୁଲିସ୍‌ ଟ୍ୱିଟର ହ୍ୟାଣ୍ଡଲର୍‌ ଘୋଷଣା କରି କହିଛି, “ଏଥର ଓଭର-ସ୍ପିଡିଂ ପାଇଁ ଚାଲାଣ କଟାଯାଇପାରିବନି। ଏଭଳି ଆହୁରି ଦ୍ରୁତଗତିରେ ମାଡ଼ିଯିବାପାଇଁ କେବଳ ପ୍ରଶଂସା ଏବଂ ଅଭିନନ୍ଦନ।”


ଏହି ଟ୍ୱିଟ୍‌ ତୁରନ୍ତ ଭାଇରାଲ ହୋଇଯାଇଥିଲା। ଶେଷ ଖବର ସୁଦ୍ଧା ଏହାକୁ ୪୫୩ ଜଣ ରିଟ୍ୱିଟ୍‌ କରିଥିବାବେଳେ ୨୬୦୦ ଜଣ ଏହାକୁ ଲାଇକ୍‌ କରିସାରିଲେଣି।

ସୂଚନାଯୋଗ୍ୟ ଯେ, ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିବାପାଇଁ ମାତ୍ର ୨୦୫ଟି ଇନିଂସ୍‌ ଖେଳିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।


ଏଭଳି ୧୦ ହଜାର ରନ୍‌ ହାସଲ କରିବାରେ ବିରାଟ୍‌ ବିଶ୍ୱର ତ୍ରୟୋଦଶ ଖେଳାଳି ଏବଂ ୫ମ ଭାରତୀୟ। ତାଙ୍କ ପୂର୍ବରୁ ଅନ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ୧୦ ହଜାର ରନ୍‌ ହାସଲ କରିଥିଲେ।



from Odisha Reporter https://ift.tt/2OPPZYF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages