ପ୍ରଥମ ଭାରତୀୟ ଭାବେ ବିରାଟ୍‌ ସୃଷ୍ଟି କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ପ୍ରଥମ ଭାରତୀୟ ଭାବେ ବିରାଟ୍‌ ସୃଷ୍ଟି କଲେ ଏହି ରେକର୍ଡ

ରାଜ୍‌କୋଟ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ କୌଣସି ଭାରତୀୟ କ୍ରିକେଟର୍‌ ଯାହା କରିପାରି ନଥିଲେ ଏହି ଟେଷ୍ଟ୍‌ରେ ବିରାଟ୍‌ ସେକଥା କରି ଦେଖାଇଛନ୍ତି। ବିରାଟ୍‌ ପ୍ରଥମ ଭାରତୀୟ ଭାବେ କ୍ରମାଗତ ତୃତୀୟ ବର୍ଷ ପାଇଁ ଗୋଟିଏ କ୍ୟାଲେଣ୍ଡର ଇୟର୍‌ରେ ୧ହଜାରରୁ ଅଧିନ ରନ୍‌ କରିବାର ରେକର୍ଡ କରିଛନ୍ତି।

ସେ ୨୦୧୮ରେ ମାତ୍ର ୯ ଟି ମ୍ୟାଚ୍‌ର ୧୭ଟି ଇନିଂସ୍‌ରେ ୧୦୦୦ରୁ ଅଧିକ ରନ୍‌ କରିପାରିଛନ୍ତି। ୨୦୧୮ କ୍ୟାଲେଣ୍ଡର ଇୟର୍‌ରେ ବିରାଟ୍‌ ୫୯ ରନ୍ ହାରରେ ଏହି ରନ୍‌ ସଂଗ୍ରହ କରିଛନ୍ତି। ବିରାଟ୍‌ଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୫୩। ୱେଷ୍ଟଇଣ୍ଡିଜ ବିପକ୍ଷ ରାଜକୋଟ୍‌ ଟେଷ୍ଟ୍‌ରେ ବିରାଟ୍‌ ୧୩୯ ରନ୍‌ କରି ଆଉଟ୍‌ ହୋଇଛନ୍ତି।

ସେହିପରି ବିରାଟ୍‌ ୨୦୧୮ରେ ସର୍ବାଧିକ ଟେଷ୍ଟ୍‌ ରନ୍‌ ସଂଗ୍ରହକାରୀ ହୋଇଛନ୍ତି। ତାଙ୍କ ପଛକୁ ଇଂଲଣ୍ଡ ଟିମ୍‌ର ଅଧିନାୟକ ଜୋ ରୁଟ୍‌ ୭୧୯ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ୧୦ଟି ମ୍ୟାଚ୍‌ରେ ଏତିକି ରନ୍‌ ସଂଗ୍ରହ କରିଥିବା ବେଳେ ୯ଟି ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକାର ଓପନର୍‌ ଏଡେନ୍‌ ମାକ୍ରନ ୬୬୦ ରନ୍‌ କରି ତୃତୀୟ ସ୍ଥାନରେ ରହିଛନ୍ତି।

ବିସିସିଆଇ ପକ୍ଷରୁ ଟ୍ୱିଟ୍‌ ଯୋଗେ ବିରାଟ୍‌ଙ୍କୁ ‘କିଙ୍ଗ କୋହଲି’ ନାମିତ କରାଯାଇଛି ଏବଂ ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ୩ ବର୍ଷ ପାଇଁ ଟେଷ୍ଟ୍‌ ମ୍ୟାଚ୍‌ରେ ୧ ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଥିବା କୁହାଯାଇଛି। କୋହଲି ୨୦୧୬ରେ ୧୨୧୫ ରନ୍‌ କରିଥିବା ବେଳେ ୨୦୧୭ରେ ୧୦୫୯ ରନ୍‌ କରିଥିଲେ। ୨୦୧୮ରେ ବର୍ତ୍ତମାନ ସୁଦ୍ଧା କୋହଲି ୧୦୧୮ ରନ୍‌ କରିଛନ୍ତି।



from Odisha Reporter https://ift.tt/2zTLbIE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages