ବଢ଼ିଲା ରୋନାଲ୍ଡୋଙ୍କ ଅଡ଼ୁଆ,ଦୁଷ୍କର୍ମ ଘଟଣାର ଘଣ୍ଟାଏ ପୂର୍ବରୁ ମହିଳାଙ୍କ ସହ କରିଥିଲେ ଏଭଳି କାମ , ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବଢ଼ିଲା ରୋନାଲ୍ଡୋଙ୍କ ଅଡ଼ୁଆ,ଦୁଷ୍କର୍ମ ଘଟଣାର ଘଣ୍ଟାଏ ପୂର୍ବରୁ ମହିଳାଙ୍କ ସହ କରିଥିଲେ ଏଭଳି କାମ , ଦେଖନ୍ତୁ ଭିଡିଓ

ଲିସ୍‌ବନ୍‌: ପର୍ତ୍ତୁଗାଲ୍‌ର ଅଧିନାୟକ ତଥା ଫୁଟ୍‌ବଲ୍‌ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ଦୁଷ୍କର୍ମ ଅଭିଯୋଗରେ ଫସିଛନ୍ତି। ଏଥିପାଇଁ ତାଙ୍କୁ ପର୍ତ୍ତୁଗାଲ୍‌ର ଜାତୀୟ ଦଳରୁ ମଧ୍ୟ ବାଦ ଦିଆଯାଇଛି। ତେବେ ରୋନାଲ୍ଡୋ ‘ଦୁଷ୍କର୍ମ’ର ଶିକାର ହୋଇଥିବା ମହିଳା କାଥେରାଇନ ମାୟୋରଗାଙ୍କ ଅଭିଯୋଗକୁ ଖଣ୍ଡନ କରୁଥିଲେ ହେଁ ଆଜି ସାମ୍ନାକୁ ଆସିଥିବା ଏକ ଭିଡିଓ ପୂରା ଘଟଣାକୁ ଭିନ୍ନ ମୋଡ଼ ଦେଇଛି।

କାଥେରାଇନଙ୍କୁ ରୋନାଲ୍ଡୋ ୨୦୦୯ ମସିହା ଜୁନ୍‌ ୧୩ରେ ଭେଗାସ୍‌ର ପେଣ୍ଟହାଉସ୍‌ ହୋଟେଲ୍‌ରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାର ମାତ୍ର କିଛି ଘଣ୍ଟା ପୂର୍ବରୁ ରୋନାଲ୍ଡୋ କାଥେରାଇନ୍‌ଙ୍କ ସହ ଅତ୍ୟନ୍ତ ଅନ୍ତରଙ୍ଗ ଭାବେ ଏକ ନାଇଟ୍‌ କ୍ଲବ୍‌ରେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ରୋନାଲ୍ଡୋ ଓ କାଥେରାଇନ୍‌ ପରସ୍ପରକୁ ଆଲିଙ୍ଗନ କରି ନାଚୁଥିବା ଦେଖିବାକୁ ମିଳିଛି।

ଲାସ୍‌ ଭେଗାସ୍‌ର ନାଇଟ୍‌ କ୍ଲବ୍‌ରେ ଉଭୟ ରୋନାଲ୍ଡୋ ଏବଂ ମହିଳା ଜଣଙ୍କ ନାଚୁଛନ୍ତି। ଭିଡିଓରେ ରୋନାଲ୍ଡୋ ମହିଳା ଜଣଙ୍କ ହାତ ଭିଡ଼ୁଥିବା ବେଳେ ତାଙ୍କୁ କାନ୍‌ ପାଖରେ କିଛି କହୁଥିବା ଦେଖିବାକୁ ମିଳିଛି। ଏଥିସହ ତାଙ୍କୁ ନିଜ ଆଡ଼କୁ ବାରମ୍ବାର ଆସିବାକୁ ବାଧ୍ୟ କରୁଥିବା ମଧ୍ୟ ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଛି।

୨୦୦୯ ମସିହାରେ ୨୪ ବର୍ଷ ବୟସ୍କ ରୋନାଲ୍ଡୋଙ୍କ ଏଭଳି କାରନାମା ଏକ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ କଏଦ ହୋଇଛି। ମହିଳା ଜଣଙ୍କ ମଧ୍ୟ ରୋନାଲ୍ଡୋଙ୍କ କାନ୍ଧରେ ହାତ ଥୋଇ ଅତ୍ୟନ୍ତ ଘନିଷ୍ଠ ଭାବେ ନାଚୁଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ରୋନାଲ୍ଡୋଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।



from Odisha Reporter https://ift.tt/2NkEKlj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages