ପିସ୍ତଲ’ ପାଣ୍ଡେଙ୍କ ଜାମିନ୍‌ ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ପିସ୍ତଲ’ ପାଣ୍ଡେଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ଗୁଣ୍ଡାଗିରି କରୁଥିବା ବିଏସ୍‌ପି ନେତା ତଥା ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ପିସ୍ତଲ ପାଣ୍ଡେ ଓରଫ୍‌ ଆଶିଷ ପାଣ୍ଡେଙ୍କ ଜାମିନ୍‌ ଆବେଦନ ଆଜି ଖାରଜ ହୋଇଯାଇଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ସହ ସୋମବାର ଯାଏ ଆଶିଷଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛନ୍ତି।

ପାଣ୍ଡେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ରେ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପିସ୍ତଲ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ୍‌ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ପାଣ୍ଡେଙ୍କୁ ଗିରଫ କରିଥିଲା। ବୁଧବାର ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା। କୋର୍ଟ ଆଶିଷଙ୍କୁ ଗୁରୁବାର ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଥିଲେ।



from Odisha Reporter https://ift.tt/2R1sXdH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages