ହକ୍ ନ ମିଳିବାରୁ ଧମକାଇଲେ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ହକ୍ ନ ମିଳିବାରୁ ଧମକାଇଲେ ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରେ ସାଂସଦମାନଙ୍କୁ ନିଜର ସାମ୍ବିଧାନିକ କ୍ଷମତାକୁ ଉପଯୋଗ କରିବାର ସୁଯୋଗ ମିଳୁନି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ପୂର୍ବରୁ କେବଳ ରାଜ୍ୟସଭା ସାଂସଦଙ୍କ ପାଣ୍ଠିକୁ ନିଜ ଶୈଳୀରେ ଖର୍ଚ୍ଚ କରୁଥିବା ତୃତୀୟ ମହଲା ଏବେ କୁଆଡ଼େ ଦଳର ଲୋକସଭା ସାଂସଦଙ୍କ ପାଣ୍ଠିକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛି। ଜଣେ ଲୋକସଭା ସାଂସଦ ପ୍ରତିବର୍ଷ ନିଜର ଲ୍ୟାଡ୍ ବାବଦରେ ପାଉଥିବା ୫କୋଟି ଟଙ୍କା ମଧ୍ୟରୁ ୫୦ପ୍ରତିଶତ ଉପରେ କୁଆଡ଼େ ତୃତୀୟ ମହଲା ହକ୍ ରହୁଛି।ବାକି ୫୦% ପାଣ୍ଠିକୁ ହିଁ ବିଜେଡି ସାଂସଦମାନେ ନିଜ ନିଜ ଅଂଚଳରେ ଉପଯୋଗ କରୁଛନ୍ତି। ତୃତୀୟ ମହଲା ଯେଉଁ ୫୦ ପ୍ରତିଶତ ପାଣ୍ଠି ନେଉଛି ତାକୁ କିଭଳି ଖର୍ଚ୍ଚ ହେଉଛି ତା’ର ହିସାବ କୁଆଡ଼େ ସମ୍ପୃକ୍ତ ସାଂସଦମାନେ ପାଉନାହାନ୍ତି।

ଚର୍ଚ୍ଚା ହେଉଛି, ଦଳର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ୫୦ ପ୍ରତିଶତ ଲ୍ୟାଡ୍ ବାବଦ ପାଣ୍ଠିକୁ ତୃତୀୟ ମହଲା କୁଆଡ଼େ ସିଧାସଳଖ ଏବେ ନିର୍ବାଚନ କାର୍ଯ୍ୟରେ ଉପଯୋଗ କରୁଛି। ସାଂସଦଙ୍କ ପାଣ୍ଠି ଉପଯୋଗ ପାଇଁ ରହିଥିବା ନୀତିନିୟମକୁ ମଧ୍ୟ ଖୋଲା ଉଲ୍ଲଘଂନ କରାଯାଉଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଟିକେଟ୍ କଟିବା ଭୟରେ ସାଂସଦମାନେ ଚୁପ୍ ରହିବାକୁ କୁଆଡ଼େ ବାଧ୍ୟ ହେଉଛନ୍ତି।

ତେବେ ପଶ୍ଚିମ ଓଡ଼ିଶାର ଜଣେ ଲୋକସଭା ସାଂସଦ କୁଆଡ଼େ ଏନେଇ ତୃତୀୟ ମହଲାର ଅଫିସରମାନଙ୍କ ପାଖରେ କଡ଼ା ଆପତି ଉଠାଇଥିଲେ। ତାଙ୍କ ଲ୍ୟାଡ୍ ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରାଗଲେ ସେ ବାଧ୍ୟ ହୋଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିବେ ବୋଲି ଧମକ ଦେବା ପରେ କୁଆଡ଼େ ତୃତୀୟ ମହଲାର ବାବୁମାନଙ୍କ ଚେତା ପଶିଛି। ତାଙ୍କର ସମସ୍ତ ଲ୍ୟାଡ ଉପରେ ସେ ନିଜେ ନିଷ୍ପତି ନିଅନ୍ତୁ ବୋଲି ତାଙ୍କୁ ଜଣାଇ ଦିଆଯାଇଛି।

ଚର୍ଚ୍ଚା ହେଉଛି, ଏହି ସାଂସଦଜଣକ କୁଆଡ଼େ ଏବେ ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ସହ ଯୋଗସୂତ୍ରରେ ରହିଥିବା ଆଶଙ୍କା କରି ତାଙ୍କର ଟିକେଟ୍ କାଟିବାକୁ ଦଳର ସୁପ୍ରିମୋଙ୍କୁ ବୁଝାଇ ଦିଆଯାଇଛି।



from Odisha Reporter https://ift.tt/2RWLfOz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages