ଏବର୍ଷ ଆଉ ହେବନି ଛାତ୍ରସଂସଦ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଏବର୍ଷ ଆଉ ହେବନି ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ‘ତିତଲି’ ଯୋଗୁ ସମଗ୍ର ରାଜ୍ୟରେ ସ୍ଥଗିତ ରହିଥିବା ଛାତ୍ର ସଂସଦ ନିର୍ବାଚନ ଚଳିତବର୍ଷ ଆଉ ହେବନି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଆଜି ଏନେଇ ସ୍ପଷ୍ଟ ସୂଚନା ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ କୌଣସି ବିଭ୍ରାନ୍ତିକର ସମ୍ବାଦରେ ପ୍ରଭାବିତ ନହୋଇ ଏବଂ ଅଯଥା ସମୟ ଅପଚୟ ନ କରି ପାଠପଢ଼ାରେ ମନୋନିବେଶ କରିବା ଉଚିତ୍ । ସୋଶାଲ ମିଡିଆ ଓ କେତେକ ସମ୍ବାଦପତ୍ରରେ ପୁଣିଥରେ ଛାତ୍ରସଂସଦ ନିର୍ବାଚନ ହେବ ବୋଲି ଯେଉଁ ଖବର ପ୍ରସାରଣ ହେଉଛି ସେଥିରେ ସତ୍ୟତା ନାହିଁ ।

ତେଣୁ ଛାତ୍ରଛାତ୍ରୀମାନେ ନିର୍ବାଚନ କଥା ଭୁଲି ପାଠପଢ଼ାରେ ଧ୍ୟାନ ଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ଏନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ବାତ୍ୟା ତିତ୍‌ଲି ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ଚଳିତ ଶିକ୍ଷା ବର୍ଷ ୨୦୧୮-୧୯ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଗଲା।

ସୂଚନା ଯୋଗ୍ୟ ଯେ, ତିତ୍‌ଲି ଯୋଗୁଁ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ହେବା ଆଶଙ୍କାରେ ପୂର୍ବରୁ  ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ  ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ୧୨ତାରିଖରେ ହେବାକୁ ଥିବା ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ମଧ୍ୟ ବାତିଲ କରି ଦିଆଯାଇଥିଲା।

ଛାତ୍ର ସଂସଦ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ବ୍ୟାପକ ଅର୍ଥ ମଧ୍ୟ ବିନିଯୋଗ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ଥିଲେ।

ନିର୍ବାଚନ ସମ୍ପୂର୍ଣ୍ଣ ବାତିଲା ହେଲା ନା ସାମୟିକ ପାଇଁ ସ୍ଥଗିତ ରଖାଗଲା ସେନେଇ ଛାତ୍ରଛାତ୍ରୀମାନେ ଅନ୍ଧାରରେ ଥିଲେ। ଏନେଇ ପୁନର୍ବାର ନିର୍ବାଚନ ହେବା ନେଇ ଚର୍ଚ୍ଚା ହେବାରୁ ଏହାର ଅବସାନ ଘଟାଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ।



from Odisha Reporter https://ift.tt/2Ek44sf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages